ପାଦର ପାଉଁଜି - ମନସ୍ଵିନୀ ମିଶ୍ର


        


    ହୁଁ ... ମନେ ପଡେ ମୋର ସେହି 

                   ଅଭୁଲା ଦିନଟିଏ

 ଯେବେ ଦେଖା ହୋଇଥଲ ମୋର 

ମଥାରେ ଥିଲା ତୁମ ନାଲି ବିନ୍ଦି ଟିଏ

  ହଳଦୀ ବୋଳା ଦେହରେ ନାଲି

                    ଚୁଡ଼ିଦାର ।।


କଜ୍ଜଳ ମଖା ତୁମ ଦୁଇ ନୟନ

 ଲିପଷ୍ଟିକ୍ ବୋଳା ନାଲି ଟହ ଟହ

                    ଓଷ୍ଠ ଯୁଗଳ

ତୁମର କଳାମେଘି  କେଶ 

 ସତେ ମୋତେ କରିଥିଲା ପାଗଳ ।। 


ମନେ ମନେ ମୁୁଁ ଭଲ ପାଇଗଲି

  ଭୁଲି ଗଲି ମୁୁଁ ନିଜକୁ ନିଜେ

ରକ୍ତ ଗୋଲାପ କଢ଼ି କୁ ଗ୍ରହଣ କରି

   ଆମ ପ୍ରେମକୁ ଆଗେଇ

           ନେଇଥିଲେ ଆପେ ।।


ଅଦିନର ଝଡ଼ ଭସାଇ ନେଲା

  ଆମ ଦୁହିଁଙ୍କ ପ୍ରେମ ନୀଡ଼କୁ

ନିର୍ଜନତାରେ ଖୋଜୁଥାଏ ନୀତି 

  ଆମ ମିଠା ମିଠା ପ୍ରେମ ସ୍ମୃତିକୁ ।।


  ତମର ପାଦ ପାଉଁଜି ର 

                ରୁମଝୁମ୍ ଶବ୍ଦ  

ଗୁଞ୍ଜରୀ ଉଠେ ମୋ କର୍ଣ୍ଣ ଗହ୍ୱରରେ

ଅପେକ୍ଷାର ଅନ୍ତ ହେବକି ନ ହେବ

  ଦ୍ଵନ୍ଦ ଉପୂଜଇ ହୃଦ ଗମ୍ଭିରାରେ ।।


ଅପେକ୍ଷା କରି ମୁୁଁ ଅନାଇ ବସିବି

     ଏ ପିଣ୍ଡେ ଥିବାଯାଏ ପ୍ରାଣ 

ଆମ ଚିର ନିରନ୍ତନ ପ୍ରେମ ଦିନେ

    ଜଗତେ ହୋଇବ ବିଦ୍ୟମାନ ।।

   


        ମନସ୍ଵିନୀ ମିଶ୍ର

 ସିକୋ ,ରାଜକନିକା ,କେନ୍ଦ୍ରାପଡ଼ା

Post a Comment

0 Comments