ଛବି କଥା କହେ - ଅଶୋକ କୁମାର ପ୍ରଧାନ







ଗୋଟିଏ ଗଛକୁ ଛଅ ଜଣ ଧରି

ଫଟୋ ତୋଳିଲେ କି ହେବ ?

ଶ୍ରମ ଦେଇ ଗାତ ଖୋଳି ଚାରା ପୋତେ 

ତା କଥା କାହୁଁ ଦିଶିବ ll


ଗଣମାଧ୍ୟମରେ ପ୍ରଚାର ପାଇଁକି 

ବଢିଯାଏ ବୃକ୍ଷେ ଭାବ, 

ଉଚ୍ଚ ଇମାରତେ ଭଳିଭଳି ଚିଜ 

ଗଛ କାଟି ବନାଇବ ll


ପୋତିବା ଲୋକଟି ପରିଚିତ ହୁଏ 

ବଞ୍ଚାଇବା ଲୋକ ନୁହେଁ, 

ଭେଳିକି ଲାଗିଛି ଦୁନିଆଟା ସାରା 

ଲାଜ ନାହିଁ ଆମ ମୁହେଁ ll


ପରିବେଶ ପରା ବିଗିଡି ଯାଇଛି 

ଆମ ପାଗଳାମି ପାଇଁ, 

ଗୋଟିଏ ଲଗାଇ କୋଟିଏ ହାଣୁଛୁ 

ବୁଦ୍ଧି ବିବେକ ନ ଥାଇ ll


ବିଶ୍ଵ ତାପନ ସ୍ଵଳ୍ପ ବୃଷ୍ଟିପାତ 

ସବୁରି କାରଣ ମୂଳ, 

ଗଛ ଗୋଟିଏକୁ ଛଅ ଜଣ ନୁହଁ 

ଗୋଟେ ଲଗା ଜଣ ଜଣ ll



ଅଶୋକ କୁମାର ପ୍ରଧାନ 

ତର୍କାବେଡା, ହିନ୍ଦୋଳ, ଢେଙ୍କାନାଳ

Post a Comment

0 Comments