ଛବି କଥା କହେ - ଯୋଗେଶ୍ଵର ଗହୀର




ଆଧୁନିକ ଯୁଗ ଉଚ୍ଚ ଶିକ୍ଷିତିଆ

ବଡ଼ବଡ଼ିଆ ହେ ତୁମେ 

ପରହସ୍ତେ ଥୋଇ ନିଜ ପାଦଦୁଇ 

ଫଳ କର ନିଜନାମେ 


ଭାଜିଶାଗ ଛିଣ୍ଡେ ନାହିଁ ତୁମହାତେ 

ଅନ୍ୟର ସାହାଯ୍ଯ ବିନା 

ଲୋକଦେଖାଣିଆ ମହତ୍ ପଣିଆ 

କ୍ଷଣିକ ପାଇଁକି ସିନା 


କୋମଳ ଶିଶୁକୁ  ଶ୍ରମିକ ସଜାଇ 

ସ୍ଵାର୍ଥ କଲ ଅକ୍ତିଆର 

ସରିଗଲା ଯେବେ କାର୍ଯ୍ୟଟି ତାହାର 

ତାକୁ ମଣ ହୀନ ଛାର 


ବିଚରା ନୀରିହ ଶିଶୁପ୍ରାଣ ଟିଏ 

ଦୂରରୁ ନିରେଖି ଚାହେଁ 

ବଡ଼ବଡ଼ିଆଙ୍କ କି ନୀତି ତାଙ୍କର 

ଥାଳକୂଳ ସେ ନପାଏ 


ମାରୁଅଛ ତୁମେ ଅଜସ୍ର ଭାଷଣ 

ବାହାବା ନେଉଛ ଯେତେ 

ମାନବାଧିକାର କ୍ଷୁର୍ଣ୍ଣ ହେଲା ବୋଲି 

ଡିଣ୍ଡିମ ପିଟ ଯେ କେତେ 


ପ୍ରକୃତ ମଣିଷ ସେପରା ବୋଲାଏ 

ଶ୍ରମ ମୂଲ ବୁଝେ ଯିଏ 

ଗରିବ ହେଉକି ଧନୀଟିଏ ହେଉ 

ସଭିଙ୍କୁ ସମ୍ମାନ ଦିଏ 




 ଯୋଗେଶ୍ୱର ଗହୀର,

 ଗ୍ରା /ପୋ - ସିର୍ଜାପାଲି

କେସିଙ୍ଗା, କଳାହାଣ୍ଡି, ମୋ - 8249405395

Post a Comment

0 Comments