ହାତରେ କୋଦାଳ ଧରି
ଅକ୍ଲାନ୍ତ ପରିଶ୍ରମ ଵଳେ
ସରଳ ହୃଦୟ ମନେ
ଶିଶୁଟିଏ ମାଟି ଦେଲା ସେ ତାଡି
ଗଛଟିଏ ଲଗାଇବା ପାଇଁ।
ଖୋଳି ଗାତ ଲଗାଇଲା ଗଛ
ଖୁସିରେ ନାଚୁଥିଲା ମନ
ଶିଶୁଟିଏ ବୋଲି ପଛରେ
ଛିଡାକରି
ଅନ୍ୟ ଲୋକ ନେଲେ
ଵାହାଦୂରୀ
ଶ୍ରମକୁ ତା'ର ଵୁଝିଲେନି
କେହି ।
ବୃକ୍ଷରୋପଣ ମହାନ କାର୍ଯ୍ୟ
କରିଲେ ଜୀବନ ହୋଇବ
ସାର୍ଥକ
ଭାବି ସଭିଏଁ ହୋଇଲେ ଏକତ୍ର
ବୃକ୍ଷ ସାଥେ ରଖି ନିଜର ଫୋଟ
କଲେ ଅନ୍ୟମାନଙ୍କୁ ଉତ୍ସାହିତ।
ଫୋଟ ପରେ ଫୋଟ ଉଠାଇ
ସୋସିଆଲ ମିଡ଼ିଆରେ ଛାଡିଲେ
ଵାଃ ଵାଃ ରେ ଏ ଦୁନିଆ
ମାନବିକତା କେଉଁଠି ହଜିଲା
କର୍ମ କରି ଜଣେ ଅନ୍ୟ ଜଣେ
ପ୍ରଶଂସା ପାଇଲା ।
ଫେସବୁକ ହ୍ୟାଟସପ ନିଶାରେ
ପାଗଳ ସାଜି
ହିତାହିତ ଜ୍ଞାନ ଭୁଲିଛି
ସଭିଏଁ ଫୋଟ ଅପଲୋଡରେ
ମାତିଛନ୍ତି
ଲାଗେ ସତେ ଯେମିତି ହୋଇ
ଏକାଠି
ଗଛଟିଏ ପୋତିଵାରେ ଵ୍ୟସ୍ତ
ଅଛନ୍ତି ।
ବାଳିକଟି ନିଜର ବଳ ଲଗାଇ କରିଥିଲା
ଯେଉଁ ମହାନ କାର୍ଯ୍ୟ
କେହି ପାରିଲେନି ଵୁଝି ତା
ଭଲ ମନ୍ଦ
ପଛରେ ଠିଆ କରି ନିଜକୁ
ଦେଖାଇ ଉଚ୍ଚ
କରିଲେ ପ୍ରଶଂସା ନିଜେ ନିଜର
ଧନ୍ୟ ଏ ମାନବ ଧନ୍ୟ ତୁମ ବୁଦ୍ଧି
ଵିବେକ।
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା


0 Comments