ଛବି କଥା କହେ - ବାସନ୍ତୀ ଲତା ଜେନା

 



ଶିଶୁ ଶ୍ରମିକଟି କୋଦଳା ଧରିଛି 

     ପଛେ ଛିଡା ହୋଇ ଅଛି 

ବାବୁଙ୍କର ହାତ ଗଛରେ ନ ଲାଗେ 

     ଫଟୋ ଉଠା ହେଉ ଅଛି   l 

ପାଇପିରେ ପାଣି ଦିଆ ହେଉଁ ଅଛି 

       ଚାରା ଅଶ୍ୱଥ ବୃକ୍ଷରେ 

ଗୋଟିଏ ବୃକ୍ଷକୁ ଛଅ ଜଣ ଲୋକ 

    ପୋତୁଛନ୍ତି ତ ଛବିରେ     l

ପ୍ରଚାର ପ୍ରସାର କରିବା ପାଇଁ କି 

       ଫୋଟ ପାରା ଉଠାଇବା 

ବୃକ୍ଷ ରୋପଣ ସପ୍ତାହ ପାଳନ 

      ପ୍ରହସନ ନ କରିବା      l 

ପ୍ରକୃତି ସୁରକ୍ଷା କରିବା ପାଇଁ କି

      ଆମେ ହେବା ତତପର

ପାଞ୍ଚ ଜଣ ହାତ ମିଶାଇଣ ଦେବା 

      ବସୁଧା ହେବ ସୁନ୍ଦର   l

ମିଳି ମିଶି ଆମେ ଗାତ ଯେ ଖୋଲିବା 

       ଖୋଲା ପଡିଆକୁ ଯିବା 

ଶିଶୁ ଚାରା ଗଛ ଲଗାଇବା ସେଠି 

       ତାର ଯତ୍ନ ନେଉଥିବା      l

ହସୁ ଥିବ ବୃକ୍ଷ ଶାଖା ପ୍ରଶାଖାରେ 

      ଫୁଲ ଫଳ ଦେବ ଭରି 

ହସିବ ଧରଣୀ ସବୁଜିମା ହୋଇ 

      ମନ ଉଠୁଥିବ ପୁରି      l

ବୃକ୍ଷ ଦେଇଥାଏ ଗୃହପୋକରଣ 

        ବଂଚିବାକୁ ଅମ୍ଳ ଜାନ 

ଜାଳେଣିର କାଠ ଔଷଧ ଯୋଗାଏ 

        ବାୟୁ କରେ ବିଶୋଧନ   l

ଛାୟା ଦେଇ ଥାଏ ଶୀତଳ ପବନ 

         କ୍ଲାନ୍ତି ଦୂର କରି ଥାଏ 

ପରୋପକାରରେ ଦିନ ସେ ବିତାଏ 

        ସଭିଙ୍କୁ ତ ଖୁସି ଦିଏ       l


ବାସନ୍ତୀ ଲତା ଜେନା

ଗାନ୍ଧିନଗର, ନବରଙ୍ଗପୁର   l

Post a Comment

0 Comments