ମହତ ଉଦ୍ଧେଶ୍ୟ ମନରେ ରଖିବ
ଏକାରେ କାର୍ଯ୍ୟଟି ନିଅଣ୍ଟ ହେବ
ଛଅଜଣଙ୍କ ପ୍ରହସନର ଭାଵ
ସତେ ଏମାନଙ୍କୁ ଉପାଧି ମିଳିବ ।
ଶିଶୁ ଶ୍ରମିକ ଦ୍ୱାରା ଗର୍ତ୍ତ ଖୋଳାଇ
ବାବୁଙ୍କ ଦେହେ ମାଟିଦାଗ ନଲାଗଇ
ଫେସବୁକ ରେ ଫୋଟଟି ଲଗାଇ
ନିଜର ପ୍ରଶଂସା ଚାରାଟି ରୋପଇ ।
ପାଠ ପଢା ପିଲାକୁ କାର୍ଯ୍ୟ କରିଲ
କେଉଁ ମହାନତା ପୂଣ୍ୟଟି ଅର୍ଜିଲ
ଜୀଇଁବା ପାଇଁକି ଖାଦ୍ୟକୁ ନଦେଲ
ହାକିମ ଭାବି କୋଦାଳ ଧରାଇଲ ।
ପ୍ରଦୂଷଣ ମୁକ୍ତ ହେବ ପରିବେଶ
ଗଛ ବନ୍ଧୁ ସଖା ଥିଲେ ଆମ ପାଶେ
ଜୀବନ ବଞ୍ଚାଏ ଅମ୍ଳଜାନ ଶ୍ୱାସେ
ଅଙ୍ଗାରକାମ୍ଳ ଆମଠାରୁ ହିଁ ଶୋଷେ ।
ଛୋଟ ଚାରାଟିକୁ ଯତନେ ରୋପିଲେ
ମହାନ ଦାନ ବୃକ୍ଷର ଫୁଲ ଫଳ
ପରଉପକାରୀ ଛାୟା ସୁଶୀତଳ
ଗଛ ଲଗାଇ ଜଳ ଦେଲେ ତା ମୂଳେ ।
ସ୍ନିଗ୍ଧା ସାମନ୍ତରାୟ
, ଚୁନଭାଟି, ଗୋପାଳ ଗାଁ,ବାଲେଶ୍ଵର ।


0 Comments