ଗଛ କହୁଅଛି ସୁଣରେ ଭାଇ
ମିଛରେ ପ୍ରଶଂସା ନେଉଛ କାହିଁ
ପରିଶ୍ରମ କଲା ଅଜ୍ଞାନ ବାଳକ
କଣ ତମେ ବାହାଦୂରୀ ନେବା ପାଇଁ ?
ଛୋଟ ଶିଶୁ ମୁଣ୍ଡେ ବଡ଼ ଚିନ୍ତା ରଖି
ହାତେ କୋଡି ଧରି ବାହାରିଲା ମୋତେ ରୋପଣ କରି
ଅକ୍ଲାନ୍ତ ପରିଶ୍ରମ କରି ଗଛ ଲଗାଇଲା
ନେତା ସମାଜସେବୀ ନେଲେ ବାହାଦୂରୀ ।।
ବାହା ବାହା ଲୋଟିବାକୁ ମାଡ଼ି ଆସିଛ
ବୃଥା ସାହାଯ୍ୟ ସହଯୋଗ ନେଇ
ହେଲେ ସାହାଯ୍ୟ କରିବା ନାଁ ରେ
ପ୍ରଶଂସନୀୟ ହେବା ପାଇଁ ।।
ଅଣ୍ଟି ଛୁରୀ ସାଜି ତଣ୍ଟି କାଟୁଅଛ
ପଛେ ପଛେ ମତେ ଦେଉଛ କାଟି
ଦୁର୍ନୀତି ଟହ ଟହ ପଣ ଦେଖି
ଥରହର ହେଲାଣି ମାଟି ।।
ବଞ୍ଚିବାକୁ ଯଦି ଅଛି ଟିକେ ଆଶା
ଗଛ ଲଗାଇ ସୃଷ୍ଟି କର ନୂତନ ବନ
ମୋତେ ଯଦି ତମେ ହୀନିମାନ କର
ଦୁର୍ଦ୍ଦିନେ ହୋଇବ ତୁମରି ବିଲୀନ ।।
ମନସ୍ଵିନୀ ମିଶ୍ର
ରାଜକନିକା, କେନ୍ଦ୍ରାପଡ଼ା


0 Comments