ଛବି କଥା କହେ - ବିନୋଦିନୀ ଦାଶ




ଦେଖରେ ଭାଇ ଦେଖ,

ଆମ ସମାଜର ଧୋବଲିଆଙ୍କର

ଭାବମୂର୍ତ୍ତିକୁ ଦେଖ,

ଶିଶୁ ହାତେ କାର୍ଯ୍ୟ ସାଧିଣ କିପରି

ବାହାନା କରନ୍ତି ଲୋକ !

ଏମିତି କଅଣ ଗଛ ପୋତାଯାଏ

କୁହ ଖଟାଇ ବିବେକ ?

ଦେଖରେ ଭାଇ ଦେଖ …...


ଦେଖରେ ଭାଇ ଦେଖ,

ମଣିଷ ପଣିଆ ହୃଦୟରେ ନାହିଁ

ଖଟାନ୍ତି ଶିଶୁ ଶ୍ରମିକ, 

ଗଛ ପୋତିବାର ପ୍ରହସନ କରି

ହରାନ୍ତି ନିଜ ବିବେକ,

ଶିଶୁ ମନକଥା ବୁଝିବାକୁ କେହି

ହୁଅନ୍ତି ନାହିଁ ଭାବୁକ ।

ଦେଖରେ ଭାଇ ଦେଖ ……


ଦେଖରେ ଭାଇ ଦେଖ,

ବୃକ୍ଷରୋପଣର ଫଟୋକୁ ଉଠାଇ

ଦେଖାନ୍ତି ଦୁନିଆଯାକ,

ଡେଙ୍ଗୁରା ପିଟିବା ନିଜ ବାହାଦୂରି

ଖାଲିଯା' ନିଜର ଟେକ,

ଗଛ ମଲାଗଲା ପଚାରନ୍ତି ନାହିଁ

ଫଟୋରେ ସବୁ ଆଲୋକ ।

ଦେଖରେ ଭାଇ ଦେଖ ……..


ବିନୋଦିନୀ ଦାଶ

କୁରୁଆଁ, ମୁଗପାଳ, ଯାଜପୁର

Post a Comment

0 Comments