ବୃକ୍ଷ ହିଁ ଅଟେ ଆମ ଜୀବନ
ଦିଏ ଫୁଲ ଫଳ ଛାୟା ଦାନ
ବୃକ୍ଷରୋପଣ ମହତ କାମ
ଆମ ସଭିଙ୍କର ଅଟେ କର୍ତ୍ତବ୍ୟ ।୧ ।
ଶିଶୁ ହିଁ ଦେଶର ସମ୍ପଦ
ଶିଶୁଙ୍କ ଯତ୍ନ ଆମ ଦାୟିତ୍ବ
କୁନି ହାତେ ଧରି ଫାଉଡା ଦେଖ
କର୍ମକରେ ସିଏ ବାହାଦୂରୀ ଆଉ କାହାର ୨।
ବୃକ୍ଷ ହିଁ ଦିଏ ଅମ୍ଳଜାନ
ଶ୍ବାସକ୍ରିୟା କରି ଧରୁ ଜୀବନ
ଆମେ ହିଁ ଛାଡୁ ଅଙ୍ଗାରକାମ୍ଳ
ବୃକ୍ଷ ଶୋଷିନେଇ କରେ ରନ୍ଧନ।୩।
ଘରର ସାଜସଜ୍ଜା ସରଞ୍ଜାମ
ମହୁ ଲାଖ ଝୁଣା କେତେ ଔଷଧ
ମୌସୁମୀ ଆସଇ ବୃକ୍ଷର ପାଇଁ
ଶସ୍ୟଶ୍ୟାମଳା ହୁଏ ଜୀବଜଗତ ।୪।
ଆମରି ଜୀବନ ଆମରି ହାତେ
କରିଯିବା କାମ ମହତଚିତ୍ତେ
ଦେଖାଇ ହେବାନି କର୍ମ ନକରି
ଦିନେ ଦୁନିଆ ଜାଣିବ ତୁମ କର୍ମକୁ ଭାଇ ।୫।
ବୃକ୍ଷ ପାଇଁ ବଞ୍ଚେ ଜୀବଜଗତ
ବୃକ୍ଷ ବିନା ଜାଣ ସଭିଏଁ ମୃତ
ପ୍ରଣ କରିବା ସଭିଏଁ ଆସ
ବୃକ୍ଷ ଲଗାଇବା ନହୋଇ ଦ୍ବିମତ।୬।
ସବିତା ନାୟକ
ମାଧବାନନ୍ଦ ଜିଉ ହାଇସ୍କୁଲ ମାଧବ
ନିଆଳି କଟକ


0 Comments