ଖୋଳିଲା କିଏ,ପୋତୁଛି କିଏ,
ଏତ, ଆଚମ୍ବିତ କଥା।
ଶିଶୁ ଶ୍ରମିକ କୁ ଲଗାଇ ଏଠି,
ବାହାଦୂରୀ ନିଏ,ଆମରି ନେତା।୧।
ଫଟୋ ପାଇଁ ଏଠି,ଗଛ ଲଗାଯାଏ,
ବେଉଷଣ ବେଳେ, ନଥାଏ କେହି।
ଗଛ ମରିଲା କି ,ବଂଚିଲା କେତେ,
ଫଟୋ ପାଇଁ ଖାଲି, ସମସ୍ତେ ବାଇ।୨।
ବୃକ୍ଷ ପରା ଆମ ଜୀବନ ଧନ,
ଲଗାଇବା ହୋଇ,ଏକ ଯେ ମନ।
ପାଣି ଦେଉଥିବା,ସାର ଦେଉଥିବା,
ରହିବନି କେବେ, ବାଧା ଓ ବିଘ୍ନ।୩।
ପ୍ରକୃତି ର କୋଳେ,ଗଢା ଧରଣୀ
କେତେ ସବୁଜିମା, ସ୍ୱଚ୍ଛନ୍ଦ ପୁଣି।
ଫଳ ଦେଉ ଅବା,ନ ଦେଉ ମୋତେ,
ଛାୟା ତ ଦେବହେ, ଆମକୁ ସତେ।୪
ଚାଲ ଆମେ ଆଜି ପଣ କରିବା,
ଚାରିଆଡେ ଆମେ ଗଛ ରୋପିବା।
ସୁନ୍ଦର ହୋଇବ, ପ୍ରକୃତି ରାଣୀ,
କେତେ ଖୁସି ହେବ, ଏହି ଧରଣୀ ୫।
ଜଗଦୀଶ ଶତପଥୀ
ନୀଳକଣ୍ଠ ପୁର। ଧର୍ମଶାଳା। ଯାଜପୁର।


0 Comments