ଛବି କଥା କହେ - ମୋନାଲିସା ପଣ୍ଡା



ବାଃ ବାଃ ରେ ଆଜି ର ଦୁନିଆ

ମାନିବାକୁ ପଡିବ ତୁମ ମହତ ପଣିଆ 

ନିରୀହ ଶିଶୁ ହାତେ ତୁମେ କରାଇ କାମ

ସରକାର ଠାରୁ ତୁମେ ପାଉଛ ଇନାମ ।।


ଦେଖ ହେ ରାଜନୀତିଆ ବାବୁ

ସରଳ ନିଷ୍କପଟ ପିଲା ର ମୁହଁ କୁ

ତୁମେ କି ବୁଝି ପାରୁନ ତା ମୁହଁ ଦେଖି

କେତେ ଆଗ୍ରହ ରେ ଅନାଇଛି ଫଟୋ ଉଠାଇବା କୁ ।।


ଧରି ନ ଥିବ ତୁମେ କେବେ ହାତେ ଶାବଳ

ଧରାଉଛ କିପରି ଅନ୍ୟ ହାତେ କୋଦାଳ

ନିରୀହ ନିଷ୍ପାପ ଶିଶୁ ଟିଏ ସେ

ଖଡ଼ି କଲମ ଧରିବା ଏବେ ତା ବେଳ ।।


କରି ତୁମର ଏହି କାମ ସବୁ

ମେଣ୍ଟିଯିବ ତା ଆଜି ର ଭୋକ

ଦେଇ ଦିଅ ତୁମେ ତାକୁ ଦୁଇ ପଇସା

ନ କରି ତାକୁ ନିରାଶା ।।


ଏତିକି ନୁହେଁ ତା ପାଇଁ ଯଥେଷ୍ଟ

ଗରିବ ପିଲା ସେ ମାନୁଛି ତୁମକୁ ଇଷ୍ଟ

ସୁଧୁରିଯାଅ ହେ ! ଆହେ ରାଜନୀତିଆ 

ବୁଝିଯାଅ ଥରେ ନିରୀହ ପିଲା ଙ୍କ କଷ୍ଟ  ।।



ମୋନାଲିସା ପଣ୍ଡା

ସତ୍ୟଭାମା ପୁର କଟକ

Post a Comment

0 Comments