କୋମଳ ହୃଦୟ କୋମଳ ଶରୀର
ପାରିଲନି ବୁଝି ମନ ।
କଲମ ଧରିବା ହାତେ ଧରେଇଲ
କୋଦାଳ ହେ ସାଧୁଜନ ।।
ପେଟ ପାଇଁ ଶିଶୁ ଶ୍ରମିକ ସାଜିଛି
ପାଇବାକୁ କିଛି ଅର୍ଥ ।
ଘରେ ମୋ ପଡିଛି ରୋଗୀଣା ମାଆଟି
ଫଟୋରେ ନାହିଁ ମୋ ସ୍ବାର୍ଥ ।।
ଗୋଟିଏ ବୃକ୍ଷକୁ ଛଅ ଜଣ ପୋତ
ଖୋଳିଥିଲି ମୁହିଁ ଗାତ ।
ଥରୁଟିଏ ତୁମ ମନ କହିଲାନି
ଲଗେଇଦେ ପୁଅ ହାତ ।।
ଛୋଟ ଚାରାଟିଏ ଲାଗିଲେ ଯେସନେ
ହୋଇଥାଏ ମହାଦ୍ରୁମ ।
ମୋ ଭଳି ଶିଶୁକୁ ଆଦର କରିଲେ
ଦୂର ହେବ ଶିଶୁ ଶ୍ରମ ।।
ରାକେଶ ମାହାଣା
ବାଲିପାଟଣା , ଖୋର୍ଦ୍ଧା


0 Comments