ଶିଶୁ ଅଟଇ କୋମଳ ଶରୀର ଯାହାଙ୍କ
ହୃଦୟେ ବିଜେ ସୋୟଂ ନାରାୟଣ
ପଦ୍ମ ପାଖୁଡ଼ା ପରି ହାତ ଯେ ତାର
ଜାଣଇ ସାରା ସଂସାର ।।
ହାତରେ ସାବଳ କାନ୍ଦେ ଫାଉଡା଼
ରୋପଣ କରିବ ବୋଲି ବୃକ୍ଷ ଘରୁ ବାହାରିଲା
ଦଇବର ବଡ଼ ବିଚିତ୍ର ଖେଳ
ଧର୍ମର ଦାଣ୍ଡରେ ଅନ୍ୟାୟ ବିଚାର ।।
ପଶା ପାଲି ଖେଳ ପରି ଲାଗିଗଲା
ଜୀବନ ତାର ମାଟିରେ ମାଟି
କୋମଳ ଶରୀର ହେଲା ବାଃ ବାଃ
ଆଉ କିଏ ନେଲା ।।
ଏ ଇଶ୍ବର ତୁମ ପ୍ରତିବିମ୍ବ
ଆଜି ଅପମାନ ସହି
ଫେରିଗଲା ପୁଣି ଅଫେରା ବାଟରେ
କେବେ ସେ ଆସିବ ପୁଣି ଥରେ ।।
ଶୁଣ ସାଧୁଗଣ ଭାଇ ଭଉଣୀ ସହିତ
ଆତ୍ମୀୟ ସୃଜନ କର୍ମଫଳ ଓ
ଧର୍ମଫଳ ତୁମରି ହାତରେ
କରିବନି କେବେ ଏଭଳି ପାପ ।।
ପିତା ମାତା ଜନ୍ମ ଦେଇଥାନ୍ତି ସତ
କିନ୍ତୁ ଆମ ଚରିତ୍ର ଆମେ ଗଢି଼ଥାଉ
ତେଣୁ ବୁଝି ବିଚାରି କର୍ମ କର
କୂଟନୀତି କଲେ ବିନାଶ ଶୁନିଶ୍ଚିତ ।।
ଲଲାଟ କେଶରୀ ବଳସାମନ୍ତ
, ଯାଜପୁର


0 Comments