ସ୍ୱାର୍ଥପରତା ନିଷ୍ଠୁରତା ଭରା ଏ ଦୁନିଆ
ଦୟା ପ୍ରେମ ଏଠି ଗଲାଣି ହଜି,
କଲମ ଧରିବା କୋମଳ ହାତରେ
କୋଦାଳ ଧରେଇ ଦେଇଛ ଆଜି।୧।
ବଢ଼ିଚାଲିଛି ଶିଶୁ ଶ୍ରମିକ ବ୍ୟାପାର
ନେତା ନିଅନ୍ତି ବାହାଦୂରୀ,
କିଛି ଅର୍ଥ ପାଇଁ କୋମଳ ଶିଶୁଟି
ଭୁଲିଛି ଆଜି ନିଜ ହସ୍ତ କାରିଗରୀ।୨।
ଫଟୋ ପାଇଁ ଚାଲେ ବୃକ୍ଷ ରୋପଣ
ଆନ୍ତରିକତା ନଥାଏ ଜମାରୁ,
ବୃକ୍ଷ ଅଟଇ ଅମୂଲ୍ୟ ସମ୍ପଦ
ଭୁଲିଗଲେଣି ସଭିଏଁ ଏ କଥା ମନରୁ।୩।
ନୀରବ ଦ୍ରଷ୍ଟା ସାଜିିଛି ଶିଶୁଟି
ଅକୁହା ବେଦନା ଭରି,
ହେ ମନୁଷ୍ୟ ସମାଜ କେବେ ବୁଝିବ
ଭବିଷ୍ୟତ ତାର ଦେଉଛ ସାରି।୪।
ଗଛ ଲଗାଇବା ମହତ କାମ
ଲୋକ ଦେଖଣିଆ ଚାଲିଛି,
ଶିଶୁ ହାତେ ଦିଅ ବହି କଲମ
ଉପରେ ସ୍ରଷ୍ଟା ସବୁ ଦେଖୁଛି।୫।
ଶେଷ କରିଦିଅ ମିଥ୍ୟା ରାଜନୀତି
ସ୍ଥାପନ କର ସବୁଜିମା,
ସ୍ୱାର୍ଥ ଯୁଦ୍ଧରେ ସାରଥୀ ନ ସାଜି
ପୋଛିଦିଅ ଏ ଘନ କାଳିମା।୬।
ରଶ୍ମୀବାଳା ଶତପଥୀ
ଯାଜପୁର ଟାଉନ୍, ଯାଜପୁର


0 Comments