କରୁଥିବା ବ୍ୟକ୍ତି ରହେ ଯେ ନିରବ
ନକରିବା ଲୋକ ଦେଖେଇ ହୁଏ
ପ୍ରଚାର ପ୍ରସାର ଯାହା ବି କରିଲେ
ସମସ୍ତେ ଜାଣିବେ ଆପଣା ଛାଏ
ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ...!!
ଶାସକ ଶାସନ ସବୁ ଏଠି ଏକା
ମୁକ୍ତ ଗଗନ ରେ ବିହଙ୍ଗ ହୁଏ
ଦୋଷୀ ବୁଲୁଥାଏ ଦିବା ଆଲୋକରେ
ନିର୍ଦୋଷୀ ଅନ୍ଧାର ଭିତରେ ରହେ
ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ....!!
ମାଟିରେ ନିଜକୁ ମାଟିକରି ଚାଷି
ନିର୍ଜୀବ କ୍ଷେତ ରେ ସୁନା ଫଳାଏ
କ୍ଷେତୋପ୍ପରେ ଛବି ଉତ୍ତେଳିତ କରି
ଚାଷିର ପ୍ରାପ୍ୟକୁ କେ ଲୁଣ୍ଠି ନିଏ
ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ....!!
ବୃକ୍ଷ ଲାଗି ଜନ ବୃକ୍ଷ ଯେ ଜୀବନ
ସଭିଙ୍କୁ ଯେ ଜଣା ଏକଥା ଥାଏ
ବୃକ୍ଷର ରୋପଣ ଯେତେବି କରିଲେ
କାଟିବା ଲୋକଙ୍କ ବୃଦ୍ଧି ଯେ ପାଏ
ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ...!!
ପ୍ରକୃତ ମଣିଷ ସିଏ ତ ଅଟଇ
କହୁଥିବା କଥା କରି ଦେଖାଏ
ଅନ୍ୟର କାନ୍ଧରେ ଗୁଳି ନ ଫୁଟାଇ
ନିଜ କନ୍ଧେ ମାଟି ବୋଝ କୁ ବୁହେ
ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ....!!
ଶାନ୍ତନୁ କୁମାର ରାଉତ
ପାଟରଙ୍ଗା , ଯାଜପୁର
9861756198


0 Comments