ମୁଣ୍ଡର ଝାଳକୁ ତୁଣ୍ଡେ ମାରି ମୁହିଁ
ଗାତ ଖୋଳିଲି ଯତନେ
ଫୋଟୋ ଉଠେଇକି ନାମ କମେଇଲେ
ଏଇ ବଡ଼ ବାବୁମାନେ ।।
ପଛକୁ ତଡ଼ିଲେ, ଗଛ ଲଗେଇବେ
କେବଳ ଫୋଟଟେ ପାଇଁ
ଗଛ ପୋତିଦେଇ ଚାଲିଯିବେ ସର୍ବେ,
ଦେଖୁଛି ମୋ ଆଖି ଦୁଇ ।।
ଗାତ ତ ଖୋଳିଛି ଅକ୍ଲାନ୍ତ ଉଦ୍ୟମେ
ଗଛର ଯତନ ନେବି
ବାଡ଼ ମୁଁ କରିବି, ପାଣି ଦେଇ ମୂଳେ
ଛୋଟରୁ ବଡ଼ କରିବି ।
ଶାଖା ପ୍ରଶାଖାର ବାହୁ ମେଲି ଯେବେ
ଆଶ୍ରୟ ଦେବ ସଭିଙ୍କୁ
ଫୁଲ ଫଳ ଛାଇ ଦେଖିକରି ମୁହିଁ
ଧନ୍ୟ ଭାବିବି ନିଜକୁ ।।
ବୃଦ୍ଧ କାଳେ ମୋର ନାତି ନାତୁଣୀଙ୍କୁ
ଏଇ ଗଛମୂଳେ ଆଣି
ଗେଲରେ କହିବି ଅତୀତର ସ୍ମୃତି
ଏହି ଗଛର କାହାଣୀ ।।
ରୋହିତ ସେଠୀ,ଶିକ୍ଷକ
ଦୁତିମେଣ୍ଡୀ, ଖଜୁରୀପଡା, କନ୍ଧମାଳ
ଦୂରଭାଷ-୯୪୩୮୦୭୩୯୩୦


0 Comments