ପାଚେରୀ ଘେରା ଏ ଅଫିସ୍ ପ୍ରାଙ୍ଗଣେ
ଗୋଡ଼ି ଗଦା ପାଶେ ରହି
ଗୋଟିଏ ବୃକ୍ଷକୁ ଛଅ ଛଅ ଜଣ
ଲଗାଇବେ ହ୍ୱନ୍ତିି ବାଇ।।
ବୃକ୍ଷ ରୋପଣ ର ସପ୍ତାହ ପାଳିବେ
ହୋଇଛନ୍ତି ତତପର
ଧୋବ ଧାଉଳିଆ ବାବୁଙ୍କ ହସ୍ତ ରେ
ଓସ୍ତ ଗଛ କି ସୁନ୍ଦର।।
ଓସ୍ତ ବୃକ୍ଷୁ ମିଳେ ବହୁ ଅମ୍ଳଜାନ
ରୋପଣେ ବଳିଲା ମନ
କରୋନା ନିୟମ ପାଳନ କରନ୍ତି
କରନ୍ତି ଥୋକେ ଲଙ୍ଘନ।।
ଶିଶୁ ଶ୍ରମିକ କୁ ନିୟୋଜନ କରି
ପାଣି ଦେଲେ ପାଇପ୍ ରେ
ବୃକ୍ଷ ଲଗାଇଲା ଶ୍ରମିକ ପିଲାଟି
ବାବୁମାନେ ପୋଜ୍ ଦେଲେ।।
ବୃକ୍ଷରେ କାହାର ହାତ ବାଜୁ ନାହିଁ
ସବୁ ବ୍ୟସ୍ତ ଫଟୋ ପାଇଁ
ଲଗାଇବା ପିଲା କୋଦାଳ ଟି ଧରି
ନେପଥ୍ୟ ରେ ଠିଆ ହୋଇ।।
ଭାବୁ ଅଛି ମନେ ବାବୁମାନଙ୍କର
ଫଟୋ ଉଠା ଓ ପ୍ରଚାର
କେଉଁ ଦିନ ପ୍ରଭୂ ଶିଶୁ ଶ୍ରମିକ ର
ଯାତନା ହୋଇବ ଦୂର।।
ସନ୍ଧ୍ୟାରାଣୀ ହୋତା
ଡ଼ାବୁଗାଁ , ନବରଙ୍ଗପୁର


0 Comments