ଛବି କଥା କହେ - ସମର ବଲ୍ଲଭ ଭୋଇ




ପରିବେଶ ଆମ ଗଲାଣି ବିଗାଡି

ମନରେ ନାହିଁ ଟିକେ ବି ଦୁଃଖ

ବୃକ୍ଷରୋପଣ କରିବା ପାଇଁ କି

ପ୍ରହସନ କେତେ ଚାଲିଛି ଦେଖ।।(୧)


ଥିଲେ ସିନା ଏଠି ସବୁଜ ବନାନୀ 

ଜୀବନ ବଞ୍ଚାଇବେ ସମସ୍ତ ପ୍ରାଣୀ

ଜଙ୍ଗଲ ସୁରକ୍ଷା ପାଇଁ ନାରାବାଜି

ବୁଝନ୍ତି ନାହିଁ ଏ ମଣିଷ ଜାତି।।(୨)


ହାତରେ ସାବଳ କାନ୍ଧେ କୋଦାଳ କୋଢି

ନିରୀକ୍ଷଣ ପଛେ ଠିଆ ନିରିହ ପିଲାଟି

ଦେଖୁଛି ଆମ ଲୋକଙ୍କ ଭାବ ପିରତି

ପରିଶ୍ରମ କରି ଗାତ ମୁଁ ଖୋଳିଲି

ଫଟୋ ଉଠାଇବା ପାଇଁ ଏ ଭାବଭଙ୍ଗୀ।।(୩)


ଭାବଭଙ୍ଗୀ ରେ ଉଠାଇ ଫଟୋ

ଗଛରେ ସମସ୍ତେ ଲଗାଇ ହାତ

ସମ୍ବାଦପତ୍ର ରେ ଫଟୋ ପ୍ରକାଶିତ

ଗଛ ମଲା କି ବଞ୍ଚିଲା ନୁହେଁ ଚିନ୍ତିତ।।(୪)


ଆମକୁ ଗଛରୁ ମିଳେ ଅମ୍ଳଜାନ 

ପ୍ରଶ୍ବାସେ ବଞ୍ଚେ  ଆମ ଜୀବନ

ଅଙ୍ଗାରକାମ୍ଳ ଆମେ ହିଁ ଛାଡୁ

ଗଛ ତାକୁ ନେଇ କରେ ରନ୍ଧନ।।(୫)



ଗଛ ପାଇଁ ବଞ୍ଚେ ଏ ପ୍ରାଣୀ ଜଗତ

ଗଛ ସଙ୍ଗେ କିମ୍ପା ଏ ସବୁ ନାଟ

ପରିବେଶ ସୁରକ୍ଷା ପାଇଁ କରିବା ପଣ

ଆମର ମନ୍ତ୍ର ହେଉ ବୃକ୍ଷରୋପଣ ।।(୬)



ଅଧ୍ୟାପକ ସମର ବଲ୍ଲଭ ଭୋଇ

ପଢୁଆଁପଦା, ବାଲେଶ୍ବର ୭୫୬୦୦୧

୯୯୩୭୧୨୨୭୧୭

Post a Comment

0 Comments