ନିର୍ଜନ ଦ୍ବୀପ - ଦିବ୍ୟାନ୍ତ ପଟନାୟକ




ଘଞ୍ଚ ଅରଣ୍ୟର ହାହାକାରରେ 

ମୁଁ ଏକାକୀ ସଂଗ୍ରାମ କରୁଛି 

ବଞ୍ଚିବାର ରାହା ନେଇ 

ଏହି ନିର୍ଜନ ଦ୍ୱୀପର ଚତୁଃପାର୍ଶ୍ୱରେ 

ନୀଳ ଜଳରାଶି ଖିଲି ଖିଲି ହସୁଛି ମୋ ଉପରେ ।               

ଏଠାରେ ଅଛୁ ମୁଁ ଓ ମୋ ଛାଇ      

କୋଠରୀର ଗୋଟିଏ ପ୍ରାନ୍ତରୁ 

ଏକ ଭୟଙ୍କର ଶବ୍ଦର ଗୁଞ୍ଜରଣ 

ମନରେ ଅନେକ ଅସୁମାରୀ ପ୍ରଶ୍ନ 

ହେଲେ ସାହସ ହାର ମାନୁନାହିଁ     ।

ସୁନାମିର ବାରମ୍ବାର ଚୁମ୍ବନ 

ମୋ କ୍ଷୁଦ୍ର କୁଟୀରକୁ ଭସେଇ ନେଉଛି

କିନ୍ତୁ ମନରେ ବାନ୍ଧିଛି ଗଭୀର ବିଶ୍ୱାସ

ଛିଡା ହେଇଚି ଏକ ଶକ୍ତ ଖମ୍ବ ହୋଇ ।

ଆମ୍ବ ଗଛେ ଗୁଛଗୁଛ ପିପିଲିକା

ଧାଡି ବାନ୍ଧି ଚାଲିଥାଆନ୍ତି 

ସାଙ୍ଗରେ ଧରି ଖାଦ୍ୟ ପୁଟୁଳି

ଆଗାମୀ କାଲି ପୁଣି ବଞ୍ଚିବାର ରାହା ନେଇ ।

ସଞ୍ଜ ନଇଁଗଲେ ରକ୍ତିମ କିରଣ 

ମୋ ଅଗଣାର ପ୍ରାଙ୍ଗଣରେ ସୁନ୍ଦର ଝୁଟି ଆଙ୍କିଦିଏ 

ପୁନଶ୍ଚ ପ୍ରଭାକର ପ୍ରଭାତରେ ଆସେ

ଏକ ନୂତନ ଆହ୍ୱାନ ନେଇ  ।

              - ସମାପ୍ତ -


ଦିବ୍ୟାନ୍ତ ପଟନାୟକ

ବିକ୍ରମ ଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ଜୟପୁର, ଜିଲ୍ଲା- କୋରାପୁଟ

Post a Comment

0 Comments