ଶିକ୍ଷକ - ଦେବାଶିଷ ଦାସ



ଶି-ଶିକ୍ଷାର ମନ୍ଦିର ରେ ପୂଜାରୀ ସାଜିଲା

    ଶିକ୍ଷା ଦାନ କରି ଜୀବନ ବିତାଇଲ।

    ଶିକ୍ଷା ଦୀକ୍ଷା ସବୁ ଆମ ମଧ୍ୟେ ବାଣ୍ଟିଲ

    ସର୍ବଦା ଭଲଭାବରେ ଯିବାକୁ ଶିଖାଇଲି।।

କ୍ଷ-କ୍ଷମା ପରି ମହାନ୍ ଗୁଣର ଅଧିକାରୀ

    ଶିକ୍ଷକ ତୁମ ପରି ମିଳୁ ଯେ ସବୁରି।

     ତୁମ ଛାତ୍ର ଆଜି ବହୁ ପ୍ରତିଭା ର ଅଧିକାରୀ

    ତାହାର ସଫଳତା ପଛେ ହାତ ଯେ ତୁମରି।।

କ-କେବେ କାନ ଧରି ତ କେବେ ବୁଝାଇ କହିଲ

    ଭଲମନ୍ଦ,ଠିକ୍ ଭୁଲ ସବୁ ଜଣାଇଲେ।

    ତୁମ ଛାତ୍ର ଆଜି ବିପଦ ପଥେ

    ସାହାଯ୍ୟ କରିବନି ତାକୁ ଚଢ଼ିବାକୁ ପ୍ରଗତି ରଥେ।।


ଦେବାଶିଷ ଦାସ

ବଡବାଗ, ଜଗତସିଂହପୁର

Post a Comment

0 Comments