ତୁମେ ହିଁତ ଏକ
ଶୁଷ୍କ ହୃଦୟରେ.
ଜଳର ଅମୃତ ବୁନ୍ଦୁ...
ତୁମେ ହିଁତ ସେଇ
ମରୁ ଭୁମି ଧାରେ.
ଆଶାର ବଂକିମ ସିନ୍ଧୁ..
ତୁମେ ତ ସାଜିଛ
ଉଜାଣି ଝଡ଼ର.
ଝଲଶାଏ ମୃଦୁ ବାୟୁ..
ତୁମେ ତ ସାଜିଛ
ଗଭୀର ଜଳରେ.
ମଧୁର ଜୀବନ ଆୟୁ..
ତୁମେତ ସାଜିଛ
ଅକାଟ୍ୟ ବଚନେ..
ମିଠା ମିଠା ସ୍ପନ୍ଦ ବାକ୍ୟ..
ତୁମେ ତ ଫୁଟିଛ
ଦୁଃଖ ଜୀବନରେ..
ମୃଦୁଳ ହସ ପୁଲକ..
ତୁମେତ ଭରିଚ
ଫୁଲ ଫଳ ଦେହେ..
ପ୍ରେମର ଅକ୍ଷୟ ତୃପ୍ତି..
ତୁମେତ ଭରିଛ
ଭ୍ରମର ମନରେ..
ମଧୁ ପିଆଲାର ପ୍ରୀତି..
ଶିଶୁର ହସରେ.
ବୃଦ୍ଧର କଣ୍ଠରେ..
ଯୌବନର ପୁରବୀରେ..
ଏ ସାରା ଭୁବନେ
ରହି ଅଛ ତୁମେ.
ସବୁରି ହୃଦ କନ୍ଦରେ..
ହେ ତୃଷ୍ନା ତୁମେ.
ବିଲୟ ବିହୀନ..
ତୁମ ବିନା ନାହିଁ ଶାନ୍ତି..
ତୁମେ ଅଛ ବୋଲି
ସଂସାର ହସୁଚି..
ତୁମେ ଆଶାର ବୁନ୍ଦାଏ କୀର୍ତି...
ବୁଦ୍ଧିରାମ କାଣ୍ଡି
ଜଗତସିଂହପୁର..
ନାଉଗାଁ.. ବୋଦଳ..


0 Comments