ଛବି କଥା କହେ - ସମର ବଲ୍ଲଭ ଭୋଇ

 



ଜୀବନର ପ୍ରତ୍ୟେକ ପାହାଚ 

ଚଢ଼ିବାକୁ ଲାଗେ ଭାରି କଷ୍ଟ

ଜନମ ବେଳେ ନଥିଲା ମୋର 

ଏମିତିକା ଅବହେଳିତ ରୂପ

ସମୟର ତାଗିଦ୍ ସ୍ରୋତରେ 

ମୁଁ ହଜାଇ ଦେଇଛି ମୋର ପରିଚୟ

ନା ଅଛି ମୋର ମାଆ ନା ଅଛି ବାପା

ହସ ଲୁହ କ'ଣ ବୁଝିବା ଆଗରୁ

ସମୟ କ'ଣ ଜାଣିବା ଆଗରୁ 

ସବୁକିଛି ହରାଇ ଦେଇଛି 

ଅବିଶ୍ବାସର ଅନ୍ଧକାରରେ

ସର୍ମପିତ ଏ ଜୀବନ ମୋର

ସାଥିରେ ମୋର ସାନ ଭାଇଟିଏ

ଯିଏ କି ପୁରାପୁରି ଅଜଣା ଏକୁଟିଆ

ଏ ଦୁନିଆରେ .....!!


କାନ୍ଦୁଛି ଶୈଶବ ମୋର 

ଆମେ ଦୁହେଁ  ବଂଚିବାକୁ ଚାହୁଁ

ଆମେ ଦୁହେଁ ଆଉ କେହି ନାହିଁ ଆମର

ନା ଅଛି ଘର ନା ଅଛି ଦୁଆର

ଏ ଖୋଲା ଆକାଶ ଆମର

ଦେଇଛି ଆମକୁ ଏକ ଛୋଟ ପରିଚୟ

ଯେଉଁଠି ସ୍ବର୍ଯ୍ୟ ଚନ୍ଦ୍ର ହୁଅନ୍ତି ନିଜର 

କିଏ ବା ଅଛି ଯେ ନିଜର

ମୋ ପାଇଁ କରେନି ମୁଁ ଚିନ୍ତା

ବୁଝି ପାରୁନଥିବା ଏ କଅଁଳ ଭାଇଟା

ଯିଏ ବିନା ସାହାଯ୍ୟରେ ଟିକିଏ

ଆଗ ପଛ ହୋଇ ପାରେନା

ତା ପାଇଁ ମୋତେ ସହିବାକୁ ପଡେ

ଏ ସମାଜର ଦୁଃଖ କଷ୍ଟର ବୋଝ.. ।।


ଶିଶୁ ଟିଏ ମୁଁ କ'ଣ ବା ପାରିବି କରି

ଦାରିଦ୍ର୍ୟର କରୁଣ ସ୍ପଷ୍ଟ ଚିତ୍ର ଆଜି

ଛାଡି ଦେଇଛି ଏ କଷଣର ଦୁଛକିରେ

ସମୟର କଷ୍ଟ କୁ କାନ୍ଧରେ ବୋହି

ଖୋଜୁଛି ମୁଁ ଭବିଷ୍ୟତ 

ମୋ ଟିକି ଭାଇ ପାଇଁ

ଶିଶୁ ହିଁ ଦେଶର ଭବିଷ୍ୟତ

ଏ କଷ୍ଟ ଆଉ କାହାରି କୁ ନ ମିଳୁ 

ହେ ଈଶ୍ୱର ତୁମେ ମୋର ସାହା ଭରସା

ମୋର ଏ ନିଃସଙ୍ଗ ଏକଲାପଣ

ମୋ ସାନ ଭାଇ ଉପରେ ନ ଆସୁ

ଭବିଷ୍ୟତ ସିଏ ଏ ଦେଶ ମାଟିର

ବଂଚିବାକୁ ସହାୟତା କର

ହେ ପ୍ରଭୁ ତୁମେ ଯେ ସମସ୍ତଙ୍କର

ଆଦି ଅନ୍ତ ତୁମଠାରେ 

ତୁମେ ନିଶ୍ଚୟ କରିବ ଉଦ୍ଧାର।।


 ସମର ବଲ୍ଲଭ ଭୋଇ

ପଢୁଆଁପଦା,ବାଲେଶ୍ବର-୭୫୬୦୦୧

୯୯୩୭୧୨୨୭୧୭

Post a Comment

0 Comments