ଛବି କଥା କହେ - କଲ୍ପନା ରାୟ




କି ଭାଗ୍ୟରେ ମୋର ଜନ୍ମ ଲୋ ମା

ଛାଡି ଗଲୁ ହାତେ ଭାଇ ଦେଇ

ଅନାଥ ହେଲି ମୁଁ ଗଲ ବାପା ମାଆ

ଭାଇକୁ ଦେଲୁ ଧରାଇ

ନିଶ୍ଚିନ୍ତେ ଶୋଇଲୁ ଯାଇ

ଖାଇସାରି ମୁହିଁ ହାତ ଧୋଇ ଶିଖିନି

ତଥାପି ଭାଇକୁ ଛାଡ଼ିବି ନାହିଁ

କାମ କରି ମୁହିଁ ଖାଇବାକୁ ଦେବି

ଭାଇକୁ ଦୁଃଖ ଦେବିନି

କଷ୍ଟ କରି ମୁହିଁ ପାଠ ପଢାଇବି

ଖରାପ ହେବାକୁ ଦେବିନି

ମୁହିଁ ଶିଶୁଟିର ହେଲେ ବି ମୋ ଭାଇ

ମୋର ଅଟେ ଜୀବ ଧନ

ଅନ୍ୟ ଘରେ କମ କରି ଵଢାଇଵି

ସିଏ ଆମ ଘରର ରଖିବ ନାମ

ଝିଅଟିଏ ମୁଁ ରଖିବି ଦୂହିତାର ହିତ

ଛୋଟ ବେଳୁ କରି କାମ

ସରକାରୀ ସାହାଯ୍ୟରୁ ଉଠାଇଵି ଭାତ

ବାପାମାଆ ହେଲେ ବି ବାମ

ଭାଇ ରଖିବ ମୋ ନାମ

ଭାଇ ଦିନେ ହେବ ଆମରି ଐଶ୍ୱର୍ଯ୍ୟ

ନେଇଗଲେ ପଛେ ତୁମକୁ ଯମ

ପାଇଁ ବାପାମାଆ ଆଶୀର୍ବାଦ

ହରାଇବି ସବୁ ବିବାଦ

ହୋଇବ ସିଏ ଆମ ସମ୍ପଦ


କଳ୍ପନା ରାୟ

ସହକାରୀ ଶିକ୍ଷୟିତ୍ରୀ,

ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର

Post a Comment

0 Comments