ଜୀବନର ଦୋଛକିରେ ପଥ ର
ଅନୁସନ୍ଧାନ କରୁଛି ସେ,
ସତରେ କ'ଣ ସେ ତା ଜୀବନକୁ
ଉପଭୋଗ କରିପାରିବ?
ହୃଦୟ କନ୍ଦିରେ ତା ର କରୁଣ ଚାହାଣି କିଏ ବୁଝୁଛି,
ଏଠି ମଣିଷ ର ମନ ଦେଖାଯାଏନା
ପୁଣି ମଣିଷ ପଣିଆର କଥା ଆସିବ ବା କୋଉଠୁ।।
ନିରୀହ ସେ ଆଖିର ପ୍ରତିକ୍ଷା
କାହା ଲାଗି ତାର ଚିନ୍ତା,
ଅବଶୋଷ , ଦାରୁଣ ଦୁଃଖ
ପିତା, ମାତା ର ସ୍ନେହ କଣ ଜାଣିନାହିଁ।
ସେ ପୁଣି ଦେବ ଗୋଟେ କୁନି ପିଲା ଓଠରେ ହସ,
ସେ ହସ ର ମହତ ତାକୁ ବୁଝେଇବ କିଏ।।
ପକୃତି ର ଏ କି ସଂଯୋଗ
ଅସହାୟ କୁ ସେ ସାହାଯ୍ୟ କରୁଛି ନା ଦଣ୍ଡ ଦେଉଛି।
ଛୋଟ ଭାଇଟି କୁ ଛାତିରେ ଜବୋଡ଼ି ଧରି ସେ ଖୋଜିଚାଲିଚି ବଞ୍ଚିବାର ରା ହା..……
ଦି ଓଳି ଦି ମୁଠା ଖାଇ ବାକୁ ଦିନମଜୁରିଆ ଭାବେ କାମ କରୁଛି।।
ବହି ବସ୍ତାନି ତ ଦୂରର କଥା
ରହିବା ଲାଗି ଛାତଟି ଏ ନହିଁ ତା ପାଖରେ,
ଜୀବନ ତାର ଦୁର୍ବିସହ ହେଇ ପଡ଼ିଛି
ତଥାପି ଆପ୍ରାଣ ଚେଷ୍ଟା କରୁଛି
ନିଜ ଲାଗି ନିଜର ସେ ଛୋଟ ଭାଇ ଲାଗି।।
ଏଇତ ଜୀବନ....….
ପୁଷ୍ପପ୍ରିୟା ମହାଲିକ
ସୋର, ବାଲେଶ୍ବର


0 Comments