ଛବି କଥା କହେ - ମାଧୁରୀ ମିଶ୍ର



ନିରୀହ କୁନିଟି ପ୍ରୟାସ କରୁଛି

ସେନେହ ଢାଳୁଛି ସତେ

ଧନ୍ୟ ରେ ବିଧାତା,ଏକି କଲୁ ଦଶା

ଯେତେ ଦୁଃଖ ଦେଲୁ ଏକା ।

ସାତ ଜନମର ସଂସାର ସୁଖକୁ

ଅଜାଡି ଦେଲେ କି କିଏ......

କୁନି ଜୀବନର କୁନି ସୁଖ ପାଇଁ

କୁନି ଅବା ବାଟ  ଦେଖେ ....   

ନିର୍ଦ୍ଦୟ ବିଧାତା ହୋଇଛି ବିମୁଖ

ଦୁନିଆଁରୁ ହସ ଲିଭେ

ହା ହା କା ର କରେ ଜୀବନ ଦୀପଟି

ସଂସାର ର ଦୁଃଖ ଦେଖେ

କୁନି ଏକା ବାଟ ଦେଖେ....।

ଶିଶୁ ଟି ହସିଲେ ଏଜଗତ ହସେ

କଥା ରେ ଲେଖାରେ ହୁଏ

ବିପଦେ,ଆପଦେ କେହି ନବୁଝନ୍ତି

ଆଜି ଶିଶୁ ଯେଶ୍ରମିକ ସାଜେ ।

ନିର୍ଭୟ ହୋଇ ସେ ବସିଛି ସତେକି

ପାରି କରିବେ ସେ ସାଇଁ,

ପାଛୋଟି ନେବେ ସେ ଦୟାଳୁ ଶ୍ରୀହରି,ଆରତ ତାରଣ ସାଇଁ ।

      ମାଧୁରୀ ମିଶ୍ର

ଝାରସୁଗୁଡା

Post a Comment

0 Comments