କାହାକୁ କହିବି କେମିତି କହିବି
ମୋ ମନ ର ଅକୁହା କଥା
ବୁଝି ପାରୁନି ମୁଁ ଜାଣି ପାରୁନି ମୁଁ
ବୁଲୁଚି ମୁଁ ଏକା ଏକା
କି ଦୋଷ କରିଛି ଆହେ ଜଗନ୍ନାଥ
ଏତିକି ଉତ୍ତର ଦିଅ
କୋଳେ ଛୋଟ ଛୁଆ ଧରେଇ ଦେଇ
କୁଆଡେ ଯାଇଛି ମୋ ମାଆ
ଭୋକ ଉପାସ ରେ ଆଉଟୂ ପାଉଟୂ
ହେଉଛି ଏ କୁନି ଭାଇଟି
ଜମିଦାର ଘରୁ ଝଅଟ ଫେରିବ କହିଛି
ଆଜି ବୋଧେ ଭାଗ୍ୟ ରେ ଭଲ ଦୁଇ ପଇସା ମିଳିବ କହିଛି
ଏଯାଏଁ ଫେରିନି ଭୋକ ଉପାସ ରେ ବସିଛି
ରାହା ଧରି ଭାଇ ମୋର କାନ୍ଦୁଚି
ଏ କଣ ମୁଁ ଦେଖୁଚି?
ମାଆ ମୋର ହାତେ ବିସ୍କୁଟ ପକେଟ ଧରି
କାନ୍ଦି କାନ୍ଦି ବାହାରି ଆସୁଛି.
ଏତିକି ଗୁହାରି ଶୁଣ ହେ ଇଶ୍ୱର
ଭୋକିଲା ପେଟ କୁ ନ ଦିଅ ପାହାର
ନଚେତ ମଣିଷ ଜନ୍ମ ରୁ ମତେ ପାରିକର
ମତେ ମଣିଷ ଜନ୍ମ ରୁ ପାରିକର.
ଜୟଶ୍ରୀ ମହାନ୍ତି.
କଟକ


0 Comments