ଛବି କଥା କହେ - ପୁଷ୍ପାଞ୍ଜଳି ପଣ୍ଡା

 


ବାଞ୍ଛିତ ପୃଥିବୀର 

ଅବାଞ୍ଛିତ ଆସ୍ଥାନ ମେଳରେ

କଅଁଳ ହାତରେ ତୁମେ

କରୁଣ ଆଖିରେ

ଭବିଷ୍ୟତ ଯାହା ସବୁ 

ଜାବୁଡି ଧରିଛ

ଅତିଷ୍ଟ ସମୟ 

ଅଜଣା ପରିଚୟର ଦ୍ୱାହି ନାହିଁ

ବ୍ୟାକୁଳ ମନରେ

ସ୍ୱପ୍ନ ର  ଢେଉରେ

ପ୍ରତିକ୍ଷା ପ୍ରହରେ

ଯତ୍ନସହକାରେ 

ସବୁଜିମା ହାହାକାର କରେ

ଅନ୍ଧାର କଳା ଗହ୍ୱର

ତଥାପି ଆଲୋକ ଦିଶେ

ବର୍ଣ୍ଣବିଭା ପ୍ରକାଶ ପାଇବ

ତନ୍ଦ୍ରା ଛନ ଏ ଦୁଇ ନୟନ

ଭୋର ଭାବନା

କରେ ଆନମନା

କୋଳର ଗଭୀର

ଆତ୍ମ ପ୍ରତୟ

ହୁଏ ଅସହାୟ

ଫେରିବକି ! ନିର୍ଭୟ ଆଶ୍ରୟ

"ମା" ଶବ୍ବ ,ଏବେବି ଆପଣା

ନିଷ୍ପାପ ଶିଶୁ  କି ବୁଝେ

ଭୋକ ଆଉ ଭେକ

ଅବୁଝାପଣ ରେ

ଥକାପଣର ନିଦ୍ରିତ ନୟନ

ଭଉଣୀ ର, ମା ର,

ଲୋଡ଼ଇ ଅଭୟ ଆଶ୍ରୟ।



ପୁଷ୍ପାଞ୍ଜଳି ପଣ୍ଡା 

Post a Comment

0 Comments