ଛବି କଥା କହେ - ସୁଶାନ୍ତ ରଣା




     ଅଛନ୍ତି ମୋର  ମାତା ପିତା

         ତଥାପି ନାହିଁ କେହି

       ନିଷ୍ପାପ ନିରୀହ ଝିଅଟେ

    ମୋ ହାତେ  ପୁଣି ଭଉଣୀ ll


     ସେମାନଙ୍କ  ପାପ କର୍ମ ହିଁ

        ମୋ ପାଇଁ ଅଭିଶାପ

  କେଉଁ ଜନ୍ମେକି  ଦୋଷ କରିଲି

        କରିଥିଲି କି ପାପ ?


ମାଆ ଚାଲିଗଲା ତା ପ୍ରେମିକ ସହ

      ବାପା ପୁଣି କାହା ସାଥେ

ଦୁହେଁ ଚାଲିଗଲେ ଦୁହିଁଙ୍କୁ ସେ ଛାଡ଼ି

    ଥାଉ ମୋ ଭଉଣୀ ପାଖେ ll


ଘୋର କଳିକାଳ କେନୁହେଁ କାହାର

        ସବୁ ସ୍ବାର୍ଥ ପାଇଁ ଚାଲେ

  ନିନ୍ଦା ଅପବାଦ   ସହିବାକୁ ହେବ

       ଏଠି ଜିଇଁବାକୁ ହେଲେ ll


               ସୁଶାନ୍ତ ରଣା

    ତେରେସିଂହା, ଜି. କଳାହାଣ୍ଡି

Post a Comment

0 Comments