ଛବି କଥା କହେ - ସହଦେବ ବେହେରା


      


      

ହଜାଇ ଦେଲା କେ  ତା କୋମଳ ଓଠୁ

        ମନ୍ଦାକିନୀ ହସ ଧାରା 

କଅଁଳ ହାତେ ତା    ଧରାଇଦେଲା କେ

      ତା ପରି କଠିନ ହୀରା   ।


ସଂସାର ଆଲୋକ   ମିଞ୍ଜି ମିଞ୍ଜି ଦିଶେ 

     କିପରି ଚାଲିବ ବାଟ 

ନିଷ୍ପାପ ଶିଶୁଟି    କୋଳେଇ ନେଇଛି 

    ଜୀବନର ସବୁ କଷ୍ଟ  ।


ନାହିଁ ହତାଦର    କରିସେ ନିଜର 

       କୋଳେ ଧରି ଭାଇ ତାର 

ଦେଖିବ ଦୁନିଆ   ତା ସ୍ପପ୍ନରେ ଭିଜି 

         ଝଡ ଝଞ୍ଜା କରି ଦୂର ।


ଛିଣ୍ଡାଇ ଶୈଶବ   ନାଚ ଖେଳ କୁଦ 

        ଦେଇଛି ଲିଭାଇ ହସ 

ଆଶା ଭରସାର  ବୁଢିଆଣୀ ଜାଲେ

        ଛନ୍ଦି ରଖିଛି ବିଶ୍ୱାସ ।

        

କୋମଳ ପ୍ରାଣ ତା   ବିକଳ ହୁଅଇ 

       ମନେ ଖୋଜେ ପିତା ମାତା 

କିଏ ଆଣି ଦେବ   ଅଫେରା ବାଟରୁ 

        ତାର ସେ  ଦିଅଁ ଦେବତା ।

         

    ସହଦେବ ବେହେରା

 ମଙ୍ଗରାଜପୁର, କେନ୍ଦୁଝର

Post a Comment

0 Comments