କାହାକୁ କହିବି ମୋ ଅନ୍ତର ବେଦନାକୁ
ସମସ୍ତେ ଲାଗନ୍ତି ଏଠି ନିଜର
ଫୁଙ୍ଗୁଳା ଦେହରେ ନଥିଲେବି ଓଦାକନା
କୋହରେ ଯଳେ ଏ ହୃଦୟ।।୧
କୋଳରେ ମୋହର କୋମଳ ମୋତି ଭଉଣୀ
ଓଠରେ ନାହିଁ ଟିକିଏ ହସ
ଶରୀର ଆମ୍ଭର ମଳିନ ପଡ଼ିଯାଇଛିରେ ସତେ
ଗୋଡ଼ିରେବସି ଲାଗୁଛି କଷ୍ଟ।।୨
ଆଖିରେ ଝଲସିଉଠେ ଅନେକ ସ୍ବପ୍ନର ପ୍ରତିଛବି
ରହିଛି ରେ ସବୁ ଅଧବାଟେ
କେମିତି ତାହା ମୋର ପୁରଣ ହେବ ଜାଣିନି
ଆହା ପଦେ ପାଇଁ କେହିନାହି ପାଖେ।।୩
ବେସାହାରା ହୋଇ ଆଜି ଖୋଜୁଛି ଟିକେ ସାହାରା
ଜୀବନ କୁ ଟିକେ ବଞ୍ଚିବା ପାଇଁ
ଶୈଶବ କାଳରେ ଅନାବିଳ ଅବସ୍ଥାରେ କେତେ ମୋହ
କିଏବା ଦେବ ମତେ କି ସାହାରା!!୪
ମାଆ ଛେଉଣ୍ଡ ଦି ଭଉଣୀ ବସିଛୁରେ ନିରୋଳା ରେ
ନିଳ ଆକାଶର ଶୀତଳ ପବନ
ବହିଜାଉଛି ପଥର ଗୁଣ୍ଡ ଅବିକଳ ବାହୁବଳେ
ହସ୍ତ ସନ୍ଥ ମୋର ଦେହ ବିକଳେ।।୫
ଦିଲେଶ୍ଵର ମେହେର
ବିଜେପୁର ବରଗଡ଼
ମୋ/୮୬୫୮୨୧୫୮୫୯


0 Comments