ଛବି କଥା କହେ - ମୋନାଲିସା ପଣ୍ଡା



ସାନ ଭାଇ କୁ କୋଳ ରେ ଧରି 

ନିରୀହ ଶିଶୁ ଟି ବସିଛି ଭାବି 

କେଉଁ ଜନମ ରେ କରିଥିଲା କି ପାପ

ଏ ଜନମେ ଦେଖିଲା ମୃତ ବାପା ମା ଙ୍କ ଛବି ।।


ଚାଲିଗଲେ ପିତା ମାତା ଏ ଶୈଶବ କାଳେ

କୁନି ଭାଇ କୁ ଦେଇ ତା କୋଳେ

କି କଷ୍ଟ ରେ ଆଜି ସେ ଚଳେ

ଦେଖୁଥିବେ ବାପା ମା ଥାଇ ଉପରେ ।।


ଭରିଯାଏ ଆଖି ତା'ର ଲୁହ ରେ

ପ୍ରାର୍ଥନା କରୁଛି ସେ ଛଳ ଛଳ ଆଖିରେ

ଶୁଣିଯାଅ ପ୍ରଭୁ ତା'ର ଗୁହାରି

ଛୋଟ ଶିଶୁ ର ଆଶା ଅସୁମାରି ।।




ମୋନାଲିସା ପଣ୍ଡା 

ସତ୍ୟଭାମା ପୁର,କଟକ

Post a Comment

0 Comments