ମା ବୁଆ ନାଇଁ ପାସେ
ଆମେ ଦୁହେଁ ନୁହେଁ ଅଲାର୍,
କେନ୍ତା ବଁଚାମି ବୁହେନ୍ କେ
ବସି କରୁଛେଁ ବିଚାର୍ ||
ମୋର୍ ମା ଆମକୁ ଜନମ୍ ଦେଇ
ଗଲା କେତେ ଦୂର୍ ପଲେଇ,
ଖୁଜି ଖୁଜି ଅଥା ହେଇଗଲିଁ
ନାଇଁ ପାଏଲୁଁ ତାର୍ ଛାଇ ||
ବୁଆ ଯାଇଛେ ଆହାର୍ ନେଇ
ନାଇଁ ଆଏବାର୍ ଫେରି,
ସାନ୍ ବୁହେନ୍ ଟା ଭୁକେ ସୁଇଛେ
ମୁଇଁ ମରୁଛେଁ ଝୁରି ଝୁରି ||
ଅଜନା ବାଟେ ବାଟ୍ ଯୁଗିଛୁଁ
ଝନେ ହେଲେ କେ କର୍ବା ଆହା,
କଅଁଲି ଛୁଆ ଆମେ ପେଟେ ଭୋକ୍
ବଁଚିବାର୍ ନାଇଁ ମିଲିବାର୍ ରାହା ||
ସଖାଲୁ ବୁଆ ଯାଇଛେ ଯେ
ଅନ୍ଧାର୍ ହେଲା ନ ନାଇଁ ତାର୍ ଦେଖା,
କେନ୍ତା ଭିକ୍ ମାଗିମୁଁ ଗୋ
କାହାକେ କର୍ମୁ ସଖା ||
ତ୍ରିଲୋଚନ ବୁଡ଼େକ
ଗଇନପୁରା, ଧମା
ସମ୍ବଲପୁର


0 Comments