ଛବି କଥା କହେ - ଯୋଗେଶ୍ଵର ଗହୀର



ପିତାମାତା ଶୂନ୍ୟ ଅନାଥ ଯେ ଅଟୁ 

ନାହିଁ କେହି ଆମ ସାହା 

ଉଦରକୁ ଗଣ୍ଡେ ପିନ୍ଧିବାକୁ ଖଣ୍ଡେ 

ଯୋଗାଡକୁ ନାହିଁ ରାହା 


ଏକୁଟିଆ ଥିଲେ ଅଇଁଠା ପତ୍ରରୁ 

କ୍ଷୁଧା କରିଥାନ୍ତି ଦୂର 

କୁନି ଭାଇ ଟିଏ ଅଛି ମୋ ସାଥିରେ 

କେମିତି କରିବି ପର 


ବଞ୍ଚିବାର ପାଇଁ ରୋଜଗାର ଆଶେ 

ସାଜିଛି କୁନି ଶ୍ରମିକ 

ମେହେନ୍ଦୀ ଲାଗିବା ହାତେ ଗୋଟାଉଛି

ନୟନ ଧାରୁ ଲୋତକ 


କାଣି ପୁଚି ଖେଳ ସାଙ୍ଗସାଥୀ ମେଳ 

ହୋଇଲା ମୋ ପାଇଁ ସ୍ଵପ୍ନ 

ଦି ପହର ଖରା ହେଉ ଅବା ଶୀତ 

ଖଟି ପାହେ ରାତି ଦିନ 


ଇଚ୍ଛା ନାହିଁ ମୋର ସୁଖ ଐଶ୍ଚର୍ଯ୍ୟ 

ଦିଅ ପ୍ରଭୁ ମନେ ବଳ 

ଜୀବ ଥିବା ଯାଏଁ କରୁଥିବି ରଣ 

ପାହିବ ନୂଆ ସକାଳ 


ଏତିକି ମୀନତି ଶୁଣିବ ହେ ନାଥ 

ଏମିତି ଜନ୍ମ ନ ଦେବ 

ଜିଇଁ ଥାଇ ମୃତ ପ୍ରାୟେକ ପରାଏ 

ପ୍ରତିକ୍ଷଣେ ପ୍ରାଣ ଯିବ 


- ଯୋଗେଶ୍ୱର ଗହୀର

ଗ୍ରା /ପୋ - ସିର୍ଜାପାଲି, କେସିଙ୍ଗା,

 କଳାହାଣ୍ଡି, ମୋ - 8249405395 




Post a Comment

0 Comments