ଛବି କଥା କହେ - ବିଜୟ କୁମାର ତାଣ୍ଡି




କୋମଳତାର ଏ ନିର୍ଜିନ୍ନ ଶରୀରେ

               ନିଷ୍ପାପର ମୋତି ଧାରା

 ଅନ୍ଧକାରେ ନୀତି ଆଲୋକର ଦୃଶ୍ୟ

                  ଦିଶଇ ଦିଗନ୍ତ ଭରା ।


ସାହସିକ ଏଇ ନୀର୍ବିକ ମନରେ

            ନିଜ ଅନ୍ତେ ଖୋଜେ ବାସ୍ନା,

ଦିଗହରା ରାସ୍ତେ ଅବଶୋଷ ସାଥେ

               ଖୋଜୁଛି ମାତୃର ତୃଷ୍ଣା ।


କିଏ ବା ବୁଝିବ ଏ ଆତ୍ମାର ସ୍ଥିତି

                  ନିରୀହ ମନର କୋହ,

ବେଦନାର ସେ କୁଙ୍କୁମ ଶରୀରେ

                   ଆଖିରୁ ଝରଇ ଲୁହ ।


ଜୀବନଜୀବିକା ସ୍ଵପ୍ନ ପ୍ରାୟେ ହୋଇ

         ଶୈଶବର ଏଇ କ୍ରାନ୍ତି ଡାଲେ,

ଦୁଃଖ ଭୁଞ୍ଜିବାକୁ ସାଥିରେ ନାହାନ୍ତି

                 ଏ ଚିତ୍ର ବିଚିତ୍ର ମୂଳେ ।


ଦୁଃଖୀ ବିପନ୍ନର ସ୍ଥିତି ଅସାହାରେ

             ନିଜେ ନ ପାରିଲେ ସେବି,

ସେଇ ଦୃଶ୍ୟରେ ଯେ ମନର ଆଘାତ

               ଆଙ୍କୁଥାଏ ଘୃଣ୍ୟ ଛବି ।


ବିଜୟ କୁମାର ତାଣ୍ଡି

ରେଙ୍ଗାଲି, ପାଟଣାଗଡ ,ବଲାଙ୍ଗିର ।

Post a Comment

0 Comments