ଭଲ ମନ୍ଦ କିଛି ଜାଣିବା ଆଗରୁ
କରିଦେଲୁ ମୋତେ ଏକା
ଅଭାଗିନୀ ଟେ ମୁଁ ଦୁନିଆ ଦେଖିନି
ଦୁଃଖ ମୋ କପାଳେ ଲେଖା,,
ଦଇବ କାହିଁକି ନିଷ୍ଠୁର ହେଲା
କେଉଁ କରମର ଫଳ
ଛୋଟ ଭାଇଟିକୁ କୋଳରେ ଦେଇତୁ
ଆହୁରି କଲୁ ଦୁର୍ବଳ,,
ଖାଇ ଶିଖି ନାହିଁ ନିଜେ ମୁଁ ହାତରେ
କେମିତିଯେ ଖୁଆଇବି
ବିକଳେ କାନ୍ଦିଲେ ତୁନି କରିବାକୁ
ଲୋରି ଟିଏ ଶୁଣାଇବି,,
ଜୀବନ ଯୁଦ୍ଧରେ ହାରିଗଲ ମୋତେ
ଏକା କରି ବାପା ବୋଉ
କେମିତି ଲଢ଼ିବି ଦୁନିଆ ସାଥିରେ
ଫେରିବକି ତୁମେ ଆଉ,,
ହେବି ନାହିଁ କେବେ ଶିଶୁ ଶ୍ରମିକ ମୁଁ
ଆସୁ ଯେତେ ଦୁଃଖ କଷ୍ଟ
କୁନି ଭାଇ ଟିକୁ ମଣିଷ କରିବି
ହେବାକୁ ଦେବିନି ଦୁଷ୍ଟ,,
ସରୋଜ କୁମାର ଦାସ,
ବିତନା, ଯାଜପୁର
ଯେତେ ଦୂରେ ପଛେ ରହିଥା ବୋଉ
ଦେଖୁଥିବି ନୀତି ତୋତେ
ଅସୁମାରୀ କୋହ ଛାତିରେ ଚାପୀମୁ
ବଞ୍ଚିବି ଏହି ଜଗତେ......
ବଞ୍ଚିବି ଏହି ଜଗତେ.....


0 Comments