ଛବି କଥା କହେ - ଶୁଭମ ବେହେରା



ଆସିଛି ବଜାର

 ମୂର୍ତ୍ତି ନେବା ପାଇଁ

କାଲି ଗଣେଶ ଚତୁର୍ଥୀ

କେଉଁ ମୂର୍ତ୍ତି ଯିବ

ଆମ ଘରକୁ ହେ

ପ୍ରଭୂ ଗଣପତି......l1l


ମୂଷିକକୁ ଛାଡି

ଗାଡିର ବସିଛ

ଭାରି ସୁନ୍ଦର ଦିଶୁଛ

କେମିତି ଏଥର

ବାହନକୁ ଛାଡି

ଗାଡ଼ିରେ ବସି ଆସିଛ.....l2l


ମୁକୁଟ ପିନ୍ଧିବା

ବଦଳେ ଟୋପିକୁ

ମୁଣ୍ଡରେ ଥୋଇ ଆସିଛ

ଧୋତିକୁ ଧାରଣ 

କରିବା ବଦଳେ 

ପ୍ୟାଣ୍ଟ, ସାର୍ଟ ପିନ୍ଧିଛ....l3l


ସବୁ ମୂର୍ତ୍ତି ଠାରୁ

ତୁମେ ତ ବହୁତ

ସୁନ୍ଦର ଦେଖାଯାଉଛ

ପ୍ୟାଣ୍ଟ, ସାର୍ଟ ପିନ୍ଧି

ତାଥାପି ତୁମେ ତ

ଭାରି ସୁନ୍ଦର ଦିଶୁଛ....l4l


     

        

ପ୍ରୀତିପ୍ରଣତି ପରିଚାଳନା ସମ୍ପାଦକ

ଶୁଭମ ବେହେରା, କଟକ

ମୋ:ନଂ:୭୮୫୫୮୬୧୫୨୬

Post a Comment

0 Comments