ଛବି କଥା କହେ - ପ୍ରଦୀପ କୁମାର ସାହୁ



ପିତା ଶିବଙ୍କ ଆଖିର ନୟନ, 

ମାତା ପାର୍ବତୀଙ୍କର କୁଲନନ୍ଦନ, 

ଦେଖି ତମ କୌତୂହଳ ମୁହଁ

ମୋ ମନ ହୁଏ ଛନ ଛନ,.


ମୋ ଆଖି ଆଗରେ ତୁମେ 

ସୁନ୍ଦର ଭାଗବାନ, 

ପ୍ରେମ ଭରା ସଂସାରରେ 

ତମେ ସମସ୍ତଙ୍କ ବନ୍ଦଣିୟ.


ହେ ଗଜାନନ ଦିଅ ମତେ 

ଆଶୀର୍ବାଦ ଜିତିବି ତୁମ ହୃଦୟ, 

କଲ୍ଯାଣ କରି ସଂସାରକୁ କର ସୁଖମୟ. 


ଆସ ଗଜାନନ ତମ 

ପାଲିଙ୍କି ରୁ ଓହ୍ଲାଇ,

 ତମ ପାଦ ସ୍ପର୍ଶେ ଏ ଭୂମି ରୁ 

ଦୁଃଖ ଯାଉ ଦୁରେଇ. 


ତମ ପାଦ ସ୍ପର୍ଶେ ସଂସାର ହଉ ଉଦ୍ଧାର,

 କୁନି ଆଖିରେ ଆଶୀର୍ବାଦ ଦେଇ 

ପୃଥିବୀ କୋଳେ ଦିଅ ପ୍ରେମର ଭଣ୍ଡାର,. 


ଆସୁଥିଲ ଆସୁଥିବ ତମ ଏ ଗଣେଶ ପୂଜା 

ହୃଦୟ ରେ ଘର କରି ବସିଯାଅ

 ଦେଇ ସୁଖ ଦୁଃଖର ମଜା. 


ପ୍ରଦୀପ କୁମାର ସାହୁ,

 ଚ୍ଛତିଆ, ଯାଜପୁର

Post a Comment

0 Comments