ମୁଁ ଜାଣିଛି , ଆଜି ତୁମ ଜନ୍ମଦିନ
ତୁମକୁ ଏମିତି
ସାଥୀ ରୁପେ ପାଇବାକୁ ମନ ।
ତୁମେ ମୋ ପାଖକୁ ଆସି
ମୋ କୁନି ଭାଇର ଟିକି ଯାନେ ବସି
ବୁଲି ବାହାରିଲ କି ଏ ବିଶ୍ୱବ୍ରହ୍ମାଣ୍ଡ
କୋରୋନାର ତ୍ରାସେ ସର୍ବେ ଲଣ୍ଡଭଣ୍ଡ
ତୁମ ପୂଜା ପାଇଁ
ବିଦ୍ୟାଳୟେ ଭିଡ ଟିକେ ନାହିଁ
ବଜାର ସହରେ ଗହଳିର ନାହିଁ ଚିହ୍ନ
ସେଥିପାଇଁ ପ୍ରଭୁ ଊଣା କରନାହିଁ ମନ
ମୋ ଟିକିଘରେ ଟିକି ଖଟୁଲିରେ
ତୁମକୁ ପୂଜିବି ଆଜି ବଡ ଆଗ୍ରହରେ
ଟିକି ଯାନ ଛାଡି ମୂଷିକ ପିଠିରେ
ବସି ଆସିବ ପ୍ରଭୁ ମୋ ଆବାହନରେ
ମୁଁ ସନ୍ଥ ମୋର୍ୟ୍ୟ ଗୋସ୍ୱାମୀ ନୁହେଁ
ମାତ୍ର , ତାଙ୍କ ପତି ତୁମ ବର ଚାହେଁ
ସଦା ତୁମ ଧ୍ୟାନେ ଥାଉ ମନ
ବିଦ୍ୟାଦାତା ପ୍ରଭୁ ଗଜାନନ
ବିଘ୍ନହର୍ତ୍ତା ବିଶ୍ୱ ବିଘ୍ନ ହାରୀ
ମୁଁ ମୀରା , ତୁମେ ମୋ ମୁରାରି
ବାପ୍ପା ତୁମେ ସାରା ସଂସାରର
ଦୂର କର ସଂଶୟ ସକଳ
ନିରାମୟ ହେଉ ବିଶ୍ୱ ଚରାଚର
ମାଗୁଣି ମୋ ପ୍ରଭୁ ଘେନା କର
ବିଦ୍ୟା ମାଗେ , ଜଗତର ସୁଖ ମାଗେ
ଅନ୍ତରର ଆକୁଳ ଆବେଗ ବାଢିଦେଲି
ସକଳ ପ୍ରାଣୀଙ୍କ ହିତେ ତୁମ ଆଗେ ।
ଉମେଶ ଚନ୍ଦ୍ର ପାତ୍ର
ବ୍ରଜରାଜନଗର , ଝାରସୁଗୁଡା

0 Comments