ଛବି କଥା କହେ - ଶ୍ରେଷ୍ଠା ମାଇତି

 

ଗାଁ ସରପଞ୍ଚ ମନା କରିଦେଲେ 

ଚାଟଶାଳେ ତୁମ ପୂଜା ପାଇଁ, 

ଲୁଚି ମୁଁ ଆସିଛି ମୂର୍ତ୍ତି ଦୋକାନକୁ 

ତୁମକୁ ଭେଟିବା ପାଇଁ । 


ବରଷକେ ଥରେ ଆସ ବୋଲି ତୁମେ 

ମୁଁ ରହିଥାଏ ଚାହିଁ ବାଟ, 

ଏ ବରଷ କ'ଣ ରାଗିଛକି ତମେ 

ହେଲାନି ଯେ ଆମ ଭେଟ  ।


କେତେ ଯେ ମଉଜ , କେତେ ଯେ ଆଳାପ 

କରୁଥିଲେ ଆମେ ହସି, 

ଖାଲି ଖାଲି ଲାଗେ ଚାଟଶାଳୀ ଅଗଣା 

ଏକା ଏକା ଆସିଲି ବସି। 


ସବୁଆଡେ ତୁମେ ବୁଲୁଛ ଶୁଣିଲି 

ସାଙ୍ଗେ ଧରି ସଙ୍ଗାତ ମୂଷିକକୁ ,

ଭୁଲିଗଲ କି ମୋତେ ଗୋ ବନ୍ଧୁ 

ଆସିଲନି ଯେ ଆମ ଚାଟଶାଳୀକୁ ।


ଦେଖ ହୋ ଗଣେଶ 

          ବିଘ୍ନହର୍ତା ଗଜାନନ 

ଏଥର ସାଙ୍ଗ ନ ହେଲ ନାହିଁ, 

ଆସନ୍ତା ବରଷକୁ ଯଦି ନ ଆସିବ 

ତୁମ ସାଙ୍ଗ କାଟି ଦେବି ଟି ମୁଁହି ,

             ଯାଉଛି ଏତକ କହି ।



          ଶ୍ରେଷ୍ଠା ମାଇତି 

                     ଘଣ୍ଟିଲୋଡ଼ି,ଭୋଗରାଇ,ବାଲେଶ୍ବର


Post a Comment

0 Comments