ଏକାନ୍ତ ରେ ଏକଦନ୍ତ ଏକ ତ୍ରିତ
ଏକାଗ୍ରଚିତ୍ତ ରେ ବାଳା,
କର ରେ କୋଳେଇ କରଇ କ୍ରନ୍ଦନ
ନ ଦେଖି କୁସୁମ ମାଳା ll
ବିଦ୍ୟାଳୟ ବିଦ୍ୟା ଦାତା ର ବିଳମ୍ବ
ବାହାନ ମୂଷିକ ପାଇଁ,
ବାଳିକା ବହୁ ରେ ବିହାରୀଲେ ବିହି
ମୂଷିକ ଆସଇ ଧାଇଁ ll
ପାର୍ବତୀ ପୁତ୍ର ଙ୍କୁ ପୁଷ୍ପାଞ୍ଜଳି ମନା
ପୁସ୍ତକ ବନ୍ଦନା ଅଧା,
ଫିକା ପଡିଗଲା ତୁମ ଆଗମନ
ମହାମାରୀ କଲା ବାଧା ll
ଗଣ ଗହଳ କୁ ଗଜାନନ ଗଲେ
ରଥ ରେ ସାରଥି ହୋଇ,
ଗୁହାରି କରଇ ଦୂର କରି ଦିଅ
ଅଦିନ କୁ ଦିଅ ଧୋଇ ll
ତୋମ ଅପେକ୍ଷା ରେ ଆଜିଠୁ ବସଇ
କଥା ଦିଅ ଗଜାନନ,
ମନ ରେ ନ ଧରି କୁଣ୍ଠାବୋଧ ତୋମେ
ହୋଇବ ରେ ଆଗମନ ll
ଜିତେନ୍ ସିଂ
ମୟୁରଭଞ୍ଜ

0 Comments