ଛବି କଥା କହେ - ରାକେଶ ମାହାଣା



କୁନି ଗଣେଶ ମୋ ଆସିଛ ଧରାକୁ

                   ଧରା ଆଜି ନାଚି ଉଠେ ,

କୋମଳ ମନକୁ ବୁଝି ମୋ ପାରୁନ 

                ଚାହିଁଛ ମୋତେ କପଟେ ।।


ତୁମକୁ ପୂଜିବା ପାଇଁ ଭାରି ଇଚ୍ଛା 

                   ଆସିଛି ଦେଖିବି ବୋଲି  ,

କେତେ ଦିନ ଆଉ ମଉନେ ରହିବ

                  ବିଦ୍ୟାଳୟ ଦିଅ ଖୋଲି ।।


ପ୍ରଭୁ ଗଣପତି ମୋର ଗଜାନନ 

                 ବିଦ୍ଯା ବୁଦ୍ଧି ଦିଅ ମୋତେ ,

ଭରି ଦିଅ ତୁମେ ଏ କୁନି ହାତକୁ

                 କରଇ ଗୁହାରି ତତେ ।। 




   ରାକେଶ ମାହାଣା 

 ବାଲିପାଟଣା , ଖୋର୍ଦ୍ଧା

Post a Comment

0 Comments