ପାର୍ବତୀ ନନ୍ଦନ ତୁମେ ଗଜାନନ
ମୂଷିକ ରାଜା ଯେ ତୁମରି ବାହାନ
ବରଷେକେ ଆସଇ ଭାଦ୍ରବ ମାସ
ଶୁକ୍ଳ ଚର୍ତୁଥୀରେ କରଇ ପ୍ରବେଶ
ସେଦିନ ପ୍ରଭୁ ହୁଏ ତୁମରି ପୂଜା
ଛାତ୍ରଛତ୍ରୀ ଙ୍କ ମେଳରେ ହୁଅନ୍ତି ସଜା
ଫଳ ପୁଷ୍ପ ମାନ ହାତରେ ନେଇ
ଆସନ୍ତି ସଭିଏଁ ଖୁସି ମନେଇ
ଏବେ ଆଉ ନାହଁ ସେଇ ମଉଜ
ଦୁଃଖ କରନାହିଁ ହେ ଗଜରାଜ
ମହାମାରୀ ଦିନେ ଯିବ ଦୂରେଇ
ପୂର୍ଣ୍ଣ ଆସିବ ତୁମେ ଖୁସି ମନେଇ
ସଂସାରକୁ ଏବେ ମାଡିଛି ବିପଦ
ରକ୍ଷାକର ପ୍ରଭୁ ଦେଇ ଶକ୍ତିସମ୍ପଦ
ତୁମରି ଚରଣେ ରହୁ ମୋର ଚିତ୍ତ
ଏତିକି ଗୁହାରୀ ଶୁଣ ପାର୍ବତୀଙ୍କ ପୁତ୍ର
ନାମ -ମିନତୀ ବେହେରା
ଡ଼ିଅସାହି, ଛତିଆ ଯାଜପୁର

0 Comments