ଛବି କଥା କହେ - ସିଗ୍ଧା ସାମନ୍ତରାୟ





ପ୍ରଭୁ ଗଜାନନ ପାର୍ବତୀ ନନ୍ଦନ

ଅଗ୍ର ପୂଜ୍ୟ ଲମ୍ବୋଦର

ଭିନ୍ନ ଭିନ୍ନ ବେଶେ ଶିଳ୍ପୀଟି ଗଢ଼ିଲା

ବିକ୍ରି ହେବ ମୂର୍ତ୍ତି ତାର ।୧


କୁନି ଝିଅଟିର ସରଳ ମନଟି

ବୁଝି ବି ଅବୁଝା ଲାଗେ

କେବେ ଦେଖି ନଥିଲା ଶୂନ ଗାଡ଼ିରେ

ବିଦ୍ୟାଦାତା ଯେ ବସିବେ ।୨


ବିଦ୍ୟାଳୟ ବସ୍ତ୍ରେ ବସିତ ଯାଇଛି

ଅଜସ୍ର ଭାବନା ସାଥେ

ମସ୍ତକ ପାଖରୁ ଟୋପି ପାଦ ସହ

ଛୁଇଁ ଦିଏ ଦୁଃଖ ନେତ୍ରେ ।୩


ବାଳୁତ ଗଣେଶ ରୂପକୁ ଦେଖିଣ

ଝିଅଟି ନୀରବେ କହେ

ପୂଜା ସିଂହାସନେ ଆସନ ଯାହାର

ଏ ଛବି ମନ ନ' ସହେ ।୪


ବିଦ୍ୟାଳୟ ବନ୍ଦ ମହାମାରୀ ପାଇଁ

ବନ୍ଦ ଗଣେଶଙ୍କ ପୂଜା

ତୁମରି ଆସ୍ଥାନ ପବିତ୍ରତା ଥିଲା

ଆଜି ସାଇକେଲ ସଜା ।୫


ଏପରି ଧୃଷ୍ଟତା କାରିଗର କରେ

କୁନି ପିଲା ମନ କିଣି

ବେପାର ତାହାର ହେବା ପାଇଁ ଆଶା

ରୂପଟି ଭିନ୍ନ ଚାହାଣୀ ।୬


ବିଦ୍ୟାଳୟ ସାଇକେଲ ମନେ ପଡେ

ତୁମକୁ ଦେଖିବା କ୍ଷଣି

ସର୍ଵ ବିଘ୍ନହର୍ତ୍ତା କରୁଛି ମିନତି

ବିଦ୍ୟାଳୟ ଖୋଲୁ ପୁଣି ।୭


ସ୍ନିଗ୍ଧା ସାମନ୍ତରାୟ,

 ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।

Post a Comment

0 Comments