ହେ କୁନି ଗଣେଶ !
ତୁମ ତିନିଚକିଆ ସାଇକେଲ୍ ଦେଖି
ଖୁବ୍ ଲୋଭ ହୁଏ ମୋର
ଚାଲ ତୁମକୁ ମୁଁ ଟାଣି ଟାଣି ନେଇଯିବି
ଦେଖେଇ ଦେବି ଆମ ସ୍କୁଲ୍ ଆଉ ଘର
ଜାଣିଛ ଖୁବ୍ ଦୁଃଖ ହୁଏ ମୋର
ଏବେ ଆଉ ସ୍କୁଲ୍ ଯାଇ ହୁଏନା
ତେଣୁ ତୁମ ପୂଜା ପାଇଁ
ଡହଳ ବିକଳ ହୁଏ ମୋ ଅନ୍ତର ।।
ଏଇ ଦେଖୁନ ମନେ ପଡିଗଲା
ମୋର ପୁରୁଣା ଦିନ
କେବେଠୁ ଏ ସ୍କୁଲ୍ ଡ୍ରେସ୍
ଆଉ ବ୍ଯାଗ ଧରିନି ବୋଲି
ଆଜି ମନ ହେଲା ପିନ୍ଧିବାକୁ
ଆଉ ଏଇ ବେଶରେ ବି
ତୁମକୁ ନେବାକୁ ଆସିଛି ବଜାର
କାଳେ ତୁମେ ଏ ମନ କଥା ବୁଝିବ
କାହିଁକି ନା ତୁମେ କୁନି ଗଣେଶ
ବୁଝିପାରିବ ଆମ ଅନୁଭବ
ତୁମ ସାଇକେଲ୍ ମୋର ଖୁବ୍ ପସନ୍ଦ
ମୋତେ ଚଢିବାକୁ ଟିକେ ଦେବ
ମୁଁ ଜାଣେ ତୁମେ ଖୁବ୍ ଭଲ ।।
ଏ ମୁର୍ତ୍ତିରୁ ତୁମେ ସତରେ
ହୋଇ ଉଠନ୍ତ କି ଜୀବନ୍ତ
ତମେ ମୋ ସହ ହସନ୍ତ ଆଉ ଖେଳନ୍ତ
ତୁମେ ପରା ବିଦ୍ଯାଦାତା
ମୋତେବି ପାଠ ବତେଇ ଦିଅନ୍ତ
କେତେ ଗପ ଗୀତ କହନ୍ତ
ଡିତ୍ରବି ଆଙ୍କି ଦିଅନ୍ତ
ତୁମେପରା ଜ୍ଞାନବନ୍ତ
ବିବେକ ବୁଦ୍ଧି ତୁମର ଅସୀମ ଅନନ୍ତ
ହେଲେ ଏ ଭାବନା ମୋର
କେବେ କ'ଣ ସତ ହେବ !
ଆଜି ବଜାର ସାରା
ଖାଲି ତୁମ ମୂର୍ତ୍ତି ମାନଙ୍କର ମେଲଣ
ତା ଭିତରୁ ମୁଁ ତୁମକୁ ବାଛିଚି
ଏଇଥିପାଇଁ ଯେ
ତୁମେ ସାଇକେଲ୍ ଚଢିବାରେ
ଖୁବ୍ ଧୁରନ୍ଧର
ସ୍କୁଲ୍ ନଯାଏ ପଛେ
ତୁମ ସହ ବୁଲିପାରିବି ତ
ଆମ ଦାଣ୍ଡରୁ ଘର
ଅନୁଭବ କରିପାରିବି ତ ତୁମ ସ୍ବର
ଟିକେ ଭାବ ବନ୍ଧୁ
ଭୂଲ୍ ଠିକ୍ ତ ତୁମେ ଅଧିକ ମୋ'ଠୁ ଜାଣ
ଦେଖ ଏ ଦୁନିଆକୁ କର ଟିକେ ବିଚାର ।।
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।

0 Comments