ଛବି କଥା କହେ - ରଞ୍ଜିତା ମିଶ୍ର



ଗୌରୀ ନନ୍ଦନ ହେ ଗଜାନନ

ଅବତରି ଆସ ଆଜି

ଢାଳି ଦିଅ ପ୍ରଭୁ ତବ ଆଶିଷ

ଦୁଃଖ ଯାଉ ଦୂରେ ଆଜି


ତୁ ମେ ଆଦି ଦେବ ଆହେ ଗଜାନନ

ତୁମେ ଦିବ୍ୟ ବିଦ୍ୟାଦାତା

ସଭିଙ୍କ ମନରେ ଭରିଛ ଜ୍ଞାନ

ଦୂର କରି ଅଜ୍ଞାନତା


ଅଗତିର ଗତି ସମ୍ପତ୍ତି ର ବିପତ୍ତି

ସବୁ ପରା ତୁମ ଦାନ

ଜଗତ କାନ୍ଦୁଚି କୋର ନା ନାଚୁଛି

ରକ୍ଷା କର ଗଜାନନ


ଶିଶୁ ଟିଏ ମୁହିଁ ଆସିଛି ନେବାକୁ

ତୁମ କୁ ପୂଜିବା ପାଇଁ

ଶୁଭ ବୁଦ୍ଧି ଟିକେ ଦିଅ ହେ ମତେ 

ଚାଲିବାକୁ ସତ୍ୟ ପଥେ


ଜାଣିନି ପୂଜା ଜାଣିନି ମନ୍ତ୍ର

ଜାଣିନି ନି ମୁଁ ଜପ ତପ

ଭୋଗ ପୁଷ୍ପାଞ୍ଜଳି କରେ ସମର୍ପଣ

ଘେନ ପ୍ରଣତି ମୋହର


ବିଦ୍ୟା ଦିଅ ଜ୍ଞାନ ଦିଅ ପ୍ରଭୁ

ହାତ ଯୋଡି ମୁଁ କରୁଛି ପ୍ରମାଣ

ଘେନ ମୋର ନିବେଦନ

ଆହେ ଗଜାନନ


ରଞ୍ଜିତା ମିଶ୍ର

ଝୁମ୍ପୁରା, କେନ୍ଦୁଝର

Post a Comment

0 Comments