କୁନି ଗଣେଶ ମୋ କୁନି ଠାକୁର
ବିଦ୍ୟାଳୟେ ପୂଜା ନାହିଁ ଏଥର
କୁହ ଗଜାନନ ବିଘ୍ନ ନାଶନ
ମିତ ବସିବ କି ସାଥିରେ ମୋର ।।
ମୋ କୁନି ସାଇକେଲ ପଛରେ ବସ
ଘର କୁ ଆମର ଯିବା ପଳେଇ
ପୂଜା ଖଟୁଲି ରେ ବସେଇ ଦେବି
ଖାଇବାକୁ ଦେବି ପ୍ରିୟ ମିଠେଇ ।।
ହାତ ଧରି ମୋର ଶୁଭ ବିଦ୍ୟା ବୁଦ୍ଧି
ଦେଉଥିବ ମୋତେ ସଦା ବତେଇ
ବାଧା ବିଘ୍ନ ସବୁ ଦେବ ହେ ହଟେଇ
ଭଲ ବାଟେ ମୋତେ ନେବ କଡେଇ ।।
ଏହି ଅଳି ତୁମ ଠାରେ
ବିଘ୍ନ ନାଶନ ହେ ବିଘ୍ନ ନାଶ ଏବେ
ଶାନ୍ତିଫେରୁ ଏ ଧରାରେ ।।
ମାନସ କୁମାର ପାଢ଼ୀ
ଈଶ୍ବରପୁର, ଇରମ, ଭଦ୍ରକ
ମୋ =9777069624

0 Comments