ଆହେ!ଲମ୍ବୋଦର କରୁଛି ବୀନତି
ପୁଣି ଖୋଲୁ ବିଦ୍ୟାଳୟ,
ପୂଜିବୁ ସଭିଏଁ ଏକତ୍ର ଭଜିବୁ
ବକ୍ର ତୁଣ୍ଡ ମହାକାୟ।
ବ୍ରତ ଉପାସନା କରିବି ଠାକୁରେ
ବହି ତବ ପାସେ ଥୋଇ,
ଧୂପ,ନାରିକେଳ ସାଥେ କରେ ଧରି
ଧ୍ୟାନେ ଶ୍ରୀ ଚରଣ ଛୁଇଁ।
ତୁମେ ଜ୍ଞାନ ଦାତା ଦିବ୍ୟ ଜ୍ୟୋର୍ତି ମୟ
ଅଜ୍ଞାନ କୁ କର ନାଶ,
ବିପଦୁ ତାରଣ କର ତୁମେ ପ୍ରଭୁ
ସାଜି ଗଣେଶ ବିଘ୍ନେଶ।
ମନେପଡୁ ନାହିଁ କୋମଳ ଭକତ
କରୁଥିଲା ଯେଉଁ ତପ,
ବନ୍ଦୀ ଘରେ ଛନ୍ଦି ଅଶ୍ରୁଳେ ଭିଜୁଛି
ଏକି ତମ ଅଭିଶାପ।
ତବ ଦରଶନେ ପୂରେ ମୋ ପରାଣ
ଥିଲେ ଯେତେ ମନେ କୋହ,
ପୁଣି ଖୋଲି ଦିଅ ଚାଟଶାଳୀ ବାଟ
ପୁଛି ଆମ ଆଖି ଲୁହ।
ସୁଶାନ୍ତ ଦେହୁରୀ,ରବ,ବାଂଶପାଳ
କେନ୍ଦୁଝର,8260041315

0 Comments