ଜାଣିନି ମନ୍ତର ଜାଣିନି ତନ୍ତର
ଜାଣିନାହିଁ ପୂଜା ବିଧି
କୁନି ମନ ନେଇ ଆସିଛି ପ୍ରଭୁ ହେ
ଦିଅ ମତେ ବିଦ୍ୟା ବୁଦ୍ଧି l
ମୂଷିକ ର ପିଠି ମଣ୍ଡିଥାଅ ପ୍ରଭୁ
ପ୍ରିୟ ସେ ଟିକି ବାହନ,
ଚକ ଗାଡି ପରେ ତୁମ ବିଗ୍ରହ ଟି
ଦିଶେ କେଡେ ଶୋଭାବନ l
କୁନି ହାତେ ମୋର ସଜେଇଛି ପ୍ରଭୁ
ତୁମରି ପୂଜା ଆସ୍ଥାନ,
ତୁମକୁ ନେଇ ମୁଁ ସ୍ଥାପନା କରିବି
ଖୁସି ରେ ନାଚେ ମୋ ମନ l
ବକ୍ର ତୁଣ୍ଡ ଆହେ ଗଉରୀ ନନ୍ଦନ
ଅଟ ପିତୃ ମାତୃ ଭକ୍ତ,
ଆଦେଶ ରେ ତାଙ୍କୁ କଲ ପରିକ୍ରମା
ମଣି ପୃଥିବୀ ର ଚାରି ପଟ l
ଅଗ୍ରପୂଜ୍ଯ ତୁମେ ହେ ଗଜାନନ
କର ପ୍ରଭୁ ଆଶୀର୍ବାଦ,
ଟିକି ମନ କୁ ମୋ ସ୍ପର୍ଶ ନକରୁ
ଦ୍ୱେଷ, ଦୁଃଖ ଓ ବିଷାଦ l
ଯାଜ୍ଞସେନୀ ବେହେରା
ଆନନ୍ଦପୁର, କେନ୍ଦୁଝର

0 Comments