ଛବି କଥା କହେ - ହରିହର ଭୁକ୍ତା



     ଆହେ ଗଜାନନ ଗଉରୀ ନନ୍ଦନ 

          ଅଗ୍ରପୂଜ୍ୟ ବିଘ୍ନେଶ୍ବର

     ତୁମ୍ଭ ଜନ୍ମ ଦିନେ ପ୍ରଣିପାତ କରେ

           ଘେନ ପ୍ରଣାମ ମୋହର ।


     କୁନି ପିଲାଟି ମୁଁ ଜାଣେନାହିଁ ବିଦ୍ଧି

             କେଉଁ ରୂପେ ତୁମ୍ଭ ପୂଜା 

     ଆସିଛି ନେବାକୁ ତୁମ୍ଭକୁ ହେ' ବାବା

             କରିବି ମୁ' ସାଜସଜ୍ଜା ।


     ବିଦ୍ୟାଳୟେ ଆମ ହେଉନାହିଁ ପୂଜା

               ଗୃହକୁ ନେବି ସଙ୍ଗରେ 

  ମୋ ସାଙ୍ଗ ହୋଇବ ବିଦ୍ୟା ମୋତେ ଦେବ

               ଖେଳିବ ମୋହ ସାଙ୍ଗରେ ।


  କୁନି ସାଇକେଲ ବସିଛ ହେ' ବାବା

             ଜଗତର ବିଦ୍ୟାଦାତା

  ମୂଷିକ ପିଠିରେ ଭ୍ରମଣ କରୁଛ

         ସଂସାରର ବିଘ୍ନ ହର୍ତ୍ତା ।


    ହରିହର ଭୂକ୍ତା ,ରାକସ,ତାଳଚେର 

    ଅନୁଗୁଳ, ଦୂରାଭାଷନଂ-8917636422

Post a Comment

0 Comments