ମାଆ କହୁଥିଲା ତୁମେ ପିଲାଙ୍କର ପ୍ରିୟ
ନାମ ତୁମ ଲମ୍ବୋଦର
ମୁଁ ବି ଆସିଛି ସାଙ୍ଗ ହେବା ପାଇଁ
ହେବ କି ସଙ୍ଗାତ ମୋର
ପଠନ ଭୋଜନ ପ୍ରିୟ ଅଟ ତୁମେ
ଲଡୁ କୁ ତୁମର ଲୋଭ
ଖାଇବାକୁ ଦେବି ଆଣିଛି ମିଠେଇ
ମନେ କରିବନି କ୍ଷୋଭ
ବିଦ୍ଯା ବୁଦ୍ଧି ଦାତା ତୁମେ ପରା ଅଟ
ବିବେକୀ ଜଗତ ଜିତା
ଅଗ୍ରପୂଜ୍ଯ ତୁମେ ଆହେ ଗଣନାଥ
ପୂଜ ଆଗ ମାତାପିତା
ମାତାପିତାଙ୍କର ହୃଦୟ ଯେ ଜିତେ
ସେହି ଦୁନିଆରେ ଶ୍ରେଷ୍ଠ
ଆଜିର ମଣିଷ ବୁଝୁନି କେମିତି
ଛାଡେ ନେଇ ଜରାଶ୍ରମେ
ବିଦ୍ଯାର ଅର୍ଜନ ନୁହଇଁ ଯେ ଲକ୍ଷ୍ଯ
କେବଳ ଅର୍ଥ ଉପାର୍ଜନ
ବିବେକ ବୁଦ୍ଧିକୁ ହଜାଇ ବସିଲେ
ସାର୍ଥକ ହେବନି ଶ୍ରମ
ଏ ଧରା ଧାମ ରେ ପୂଜୁ ଅଛୁ ପ୍ରଭୁ
ଆହେ ବିଘ୍ନବିନାଶନ
ପ୍ରତ୍ଯେକ ମଣିଷ ସମାନ ଅଟନ୍ତି
କୁହ ଥରେ ଗଜାନନ
ଛୋଟ ବଡ ନୁହେଁ ସବୁ ଆପଣାର
ଏ ଭାବ ଦିଅ ଲଗେଇ
ଦୁଃଖ ଘୂଞ୍ଚି ସୁଖ ପାଆନ୍ତୁ ସଭିଏଁ
ଏ ଜ୍ଞାନ ଦିଅ ବତେଇ ।
ପ୍ରଜ୍ଞା ପରିମିତା ନନ୍ଦ ।
ଗୌହାଟୀ, ଆସାମ ।

0 Comments